ଆଜିର ଖାସ୍ ଖବର

୧-ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର।

୨-ଆରମ୍ଭ ହେବ ବିଜେଡିର ସମାଜ ସେବା କାର୍ଯ୍ୟକ୍ରମ ‘ଓଡ଼ିଶା-ମୋ ପରିବାର’, ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ।
ତିନିଟି ଦିଗ ଉପରେ ଗୁରୁତ୍ୱ : ବ୍ୟାପକ ବୃକ୍ଷରୋପଣ, ରକ୍ତଦାନ ସେବା ଓ କଲ୍ୟାଣ,ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା।

୩-ବର୍ଷା ବିତ୍ପାତ:କାନ୍ଥ ଭୁଶୁଡ଼ି ୪ ମୃତ,୭୫ ଘର ଭାଙ୍ଗିଛି,୧୧ଲକ୍ଷ ୩୮ହଜାର ପ୍ରଭାବିତ। ଆହୁରି ଦୁଇ ଦିନ ବର୍ଷା ସମ୍ଭାବନା।

୪-ଏଣିକି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁ ହେବ ଅନଲାଇନ ଉପସ୍ଥାପନ। ଜାରି ହେଲା ନୂଆ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର : ୧୪୪୧୭୧।

୫-ଓଡ଼ିଶାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଜାଲିଆତି, ୪ ଜଣ ଗିରଫ।

୬-କମିଶନରେଟ ପୋଲିସକୁ ସଫଳତା, ସମାନ ପଞ୍ଜିକରଣ ନମ୍ବରରେ ଚାଲିଥିବା ୧୩ଟି ଚୋରି ଟାଟା ଏସିଇ ଗାଡ଼ି ଜବତ।

୭-ରାଜ୍ୟ ସରକାର-ୟୁନିସେଫ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ, ମିଳିବ ୨୪ ଘଂଟା ବିଶୁଦ୍ଧ ପାଣି।

୮-ସ୍ମିତା ରାଣୀ ମୃତ୍ୟୁ ଘଟଣା: ଗେଷ୍ଟ ହାଉସ ସିଲ୍,୧୪୪ ଧାରା ଜାରି।

୯-ନିମ୍ନମାନର ଛତୁଆ ପ୍ରସ୍ତୁତ ଅଭିଯୋଗରେ ଭାରପ୍ରାପ୍ତ ସିଡିପିଓଙ୍କୁ ନିଲମ୍ବିତ କଲେ ମାଲକାନଗିରି ଜିଲ୍ଲାପାଳ।

୧୦-ବଲାଙ୍ଗିର ଟାଉନରେ ଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ :ଗ୍ରାହକଙ୍କ ବିଶ୍ୱାସରେ ବିଷ ! ୧୨ ଜଣଙ୍କ ଆକାଉଣ୍ଟରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଗାଏବ।

୧୧-ମହାରାଷ୍ଟ୍ରରେ ୫୦-୫୦ର ଚକ୍ରବ୍ୟୁହରେ ଫସିଲା ବିଜେପି ! ଶିବସେନା ମାଗିଲା ମୁଖ୍ୟମନ୍ତ୍ରୀ ପଦ।

୧୨-ଅମିତ୍ ଶାହାଙ୍କ ଘୋଷଣା, ହରିୟାଣାରେ ବିଜେପି-ଜେଜେପି ସରକାର, ବିଜେପିର ମୁଖ୍ୟମନ୍ତ୍ରୀ, ଜେଜେପିର ଉପ ମୁଖ୍ୟମନ୍ତ୍ରୀ।

୧୩-ଦାନାବାନ୍ଧୁଛି ଘୂର୍ଣ୍ଣିବାତ୍ୟା ‘କ୍ୟାର’, ୨୪ଘଣ୍ଟାରେ ନେଇପାରେ ‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ର ରୂପ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଳପଥର ୨୦ରୁ ଅଧିକ ନୂଆ ଟ୍ରେନ

Sat Oct 26 , 2019
ନିୟମିତ ଟ୍ରେନରେ ପ୍ରତୀକ୍ଷା ସୂଚୀ ଟିକେଟ ପାଇଁ ଚିନ୍ତା କରନ୍ତୁ ନାହିଁ – ସ୍ୱତନ୍ତ୍ର ଟ୍ରେନରେ ଟିକେଟ ବୁକ କରନ୍ତୁ : • ଲୋକପ୍ରିୟ ମାର୍ଗ ମାନଙ୍କରେ ଟ୍ରେନ ବର୍ଥ ଉପଲବ୍ଧ ଅଛି I • ହାଓଡ଼ା, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ନୂଆଦିଲ୍ଲୀ, ଆହ୍ଲାବାଦ, ଓ ପାଟନା କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି I • ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ୨୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚାଲୁଛି […]

You May Like

Pin It on Pinterest