
ସଂଜୟ ଶତପଥୀ: ବ୍ରହ୍ମପୁର ଜିଲ୍ଲାରେ ହରିହର ନଗରସ୍ଥିତ ଶ୍ରୀ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସୁପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଆରୋଗ୍ୟ ଭାରତୀ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ସଚେତନତା ଶିବିରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଶ୍ରୀ ଜୟନ୍ତୀ ଲାଲ୍ ନରସି ଚୌହାନ ରହିଥିବା ବେଳେ ଅନୁଷ୍ଠାନର ଅଧ୍ଯକ୍ଷ ଡ.ନକୁଳ ସାହୁ ଓ ଡ.ଚି.ହାରାମଣୀ ରୋଗୀମାନଙ୍କର ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗ ଆଦିର ପରୀକ୍ଷା କରିବା ସହ ପରାମର୍ଶ ଓ ଓ୍ଯୈଷଧ ବିତରଣ କରିଥୂଲେ। ଏଥୂସହିତ ରୋଗର କାରଣ ବିଷୟରେ ରୋଗୀମାନଙ୍କୁ ଜଣାଇବା ସହ ସ୍ବାସ୍ଥ୍ଯ ସଚେତନତା ବିଷୟ ରେ ପରାମର୍ଶ ମଧ୍ଯ ଦେଇଥିଲେ। ପ୍ରତ୍ୟେକ ସୋମବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଜନସାଧାରଣ ଏହାର ସୁଯୋଗ ନେବାକୁ ଅନୁଷ୍ଠାନ ର ସଦସ୍ଯ ଶ୍ରୀ ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟିର ସଭ୍ଯ ସଭ୍ଯାମାନେ ଅନୁରୋଧ କରିଛନ୍ତି।



