ଭୁବନେଶ୍ୱର: ଆସନ୍ତା ୫ ରୁ ୭ ଦିନ ମଧ୍ୟରେ ବଢ଼ିବ ତାତି । ଅଧିକାଂଶ ରାଜ୍ୟରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରର ପାଣିପାଗ ବିଭାଗ । ତାପମାତ୍ରା ବଢ଼ିବା ଫଳରେ ରାଜ୍ୟରେ ଗରମ ଅନୁଭବ ହେବ । ମାର୍ଚ୍ଚ ୧୫ ପରେ ପାଗ ପରିବର୍ତ୍ତନ ହୋଇପାରେ । ୧୫ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ବର ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ବୃଦ୍ଧି ପାଇବ । ତାପମାତ୍ରା ୩୯ ଡିଗ୍ରି ଛୁଇଁପାରେ । କିନ୍ତୁ ବର୍ତ୍ତମାନ ଦିନବେଳା ପାରଦ ୩୫ଡିଗ୍ରି ଉପରେ ଏବଂ ରାତିରେ ୧୮ଡିଗ୍ରି ତଳେ ରହିବ । ତେଣୁ ଦିନବେଳା ଗରମ, ରାତିରେ ଥଣ୍ଡା ଲାଗିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପଟେ ତେବେ ୧୪ରୁ ୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ବଢ଼ିବ । ଫଳରେ ରାଜ୍ୟରେ ଗରମ ଅନୁଭବ ହେବ ।
Next Post
ବାଜିବ ନିର୍ବାଚନୀ ବିଗୁଲ !
Sun Mar 10 , 2019
ବାସ୍ତବ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ଚାଲିଛି ନିର୍ବାଚନ କମିଶନଙ୍କର ମାନସମନ୍ଥନ । ଏନେଇ ଆଜି ମୋଟ୍ ୩୯ଟି ଦଳୀୟ ଚିହ୍ନକୁ ନିର୍ବାଚନ କମିଶନ ସ୍ୱୀକୃତି ଦେଇଛନ୍ତି । ତାହା ସହ ଇସିଆଇ ପ୍ରକାଶ କରିଛିକି ପଞ୍ଜିକୃତ ଓ ଅଣସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳକୁ ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର । ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ୫ଟାରେ ହୋଇପାରେ ନିର୍ବାଚନର ତାରିଖ ଘୋଷଣା । […]

You May Like
-
4 years ago
ଆଜିର ଖାସ୍ ଖବର…
-
12 months ago
ଜନତା ହାଇସ୍କୁଲରେ ନିଶାମୁକ୍ତ ଯୁବ ଅଭିଯାନରେ ସାମୂହିକ ଶପଥ ପାଠ…


