୧-ନିଜ ଜନ୍ମଦିନରେ ପିଏମ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କଲେ ୯ ବର୍ଷର ଛାତ୍ର ଠାକୁର ରାଜବୀର।
୨-ସୁରଟରେ ଓଡ଼ିଆ ଶ୍ରମିକ ଓପାସ, ମାନିଲେ ନାହିଁ ଲକଡାଉନ୍,ରାସ୍ତାକୁ ଓହ୍ଲାଇଲେ, ଜାଳିଲେ।
୩-ଭଗବତୀ ଓ ସାରଳା ପୀଠରେ ଲାଗୁହେଲା ୧୪୪ ଧାରା।
୪-ପୁରୀ ବଡଦାଣ୍ଡ ହେଲା ସାନିଟାଇଜ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ହେଲା ସାନିଟାଇଜ।
୫-ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବଢାଇଲେ Lockdown ଅବଧି, ଏପ୍ରିଲ ୩୦ ପର୍ଯ୍ୟନ୍ତ ଜନଜୀବନ ଠପ।

୬-ଭୁବନେଶ୍ୱର:ମେ ପ୍ରଥମ ସପ୍ତାହରେ ମାଟ୍ରିକ ଖାତା ମୂଲ୍ୟାୟନ ଯୋଜନା।
୭-୧୩ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ଜୀବନ ଓ ଅର୍ଥନୀତି ଉଭୟ ଗୁରୁତ୍ୱପୂର୍ଣ୍ଣ:ମୋଦୀ।
୮-ଲକଡାଉନ୍ ଉଠିବା ପରେ ପ୍ରଥମ ଶ୍ରେଣୀରେ ନାମ ଲେଖା। ତେଜରାତି ଦୋକାନରେ ପାଠ୍ୟ ସାମଗ୍ରୀ ବିକ୍ରୀ ବ୍ୟବସ୍ଥା।
୯-ଲକ୍ ଡାଉନ ଯୋଗୁଁ ଗରିବଙ୍କୁ ମାଗଣାରେ ଚାଉଳ ଡାଲି ବାଣ୍ଟିବେ ସରକାର । ୩ ମାସ ଯାଏଁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ପ୍ରତି ପରିବାରକୁ ମିଳିବ ଏକ କିଲୋ ଡାଲି । ଉପକୃତ ହେବେ ୩ କୋଟି ୨୮ଲକ୍ଷରୁ ଅଧିକ ହିତାଧିକାରୀ ।
୧୦-ବଢୁଛି ତାପମାତ୍ରା, ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ହେଉଛି ଗୁଳୁଗୁଳି।




