ଫକିରସାହିରେ ଶାରଦୀୟ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ ନୀତି ସମ୍ପନ୍ନ….

କାକଟପୁର(ମାନସ ସାମଲ): ୧୮/୦୯ ଆସୁଛି ପାର୍ବଣଋତୁ। ଧରାପୃଷ୍ଠରେ ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନକୁ ନେଇ ସାରାରାଜ୍ୟରେ ଉତ୍ସାହର ବାତାବରଣ ଦେଖାଦେଇଥିବାବେଳେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଫକିରସାହିରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସମସ୍ତ ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟା ଓ ସହଯୋଗରେ ଏହି ପୂଜା ଏଥର ୨୬ ବର୍ଷରେ ପଦାର୍ପଣ କରିଛି।ପୂଜାର ଆଦ୍ୟ ପର୍ବ ତଥା ଶାସ୍ତ୍ରୀୟ ବିଧି ଅନୁଯାୟୀ ଗୁରୁବାର ରାମେଶ୍ୱର ନିକଟସ୍ଥ ପ୍ରାଚୀ ନଦୀ ପଠାରେ ମାଟି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟର ତାଳେ ତାଳେ ବ୍ରାହ୍ମଣ ଙ୍କ ମନ୍ତ୍ରଧ୍ୱନିରେ ପ୍ରାଚୀ ନଦୀ ପଠା ପ୍ରକମ୍ପିତ ହୋଇ ଉଠିଥିଲା। ଶତାଧିକ ଶ୍ରଦ୍ଧାଳୁ ଏହି ମାଟି ଅନୁକୂଳ ତଥା ମାଟି ଉଠା କାର୍ଯ୍ୟରେ ସାମିଲ ହୋଇ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ଅବସରରେ ପୂଜା କମିଟି ପକ୍ଷ ରୁ କୁହାଯାଇଛି ଯେ ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଏହି ପୂଜା ୨୬ ବର୍ଷରେ ପାଦ ଦେଇଛି ଏବଂ ଏଥର ପୂଜାକୁ ଅତି ଭବ୍ଯ ଭାବେ ପାଳନ କରାଯିବ। ମାଟି ଅନୁକୂଳ ସହ ସମଗ୍ର ଅଞ୍ଚଳରେ ଶାରଦୀୟ ପାର୍ବଣର ଏକ ଆଧ୍ୟାତ୍ମିକ ପରିବେଶ ସ୍ପର୍ଶ କରିଛି। ଏହି ପୂଜାକୁ ସଫଳ କରିବାରେ ଗ୍ରାମର ନରେନ୍ଦ୍ର କୁମାର ପୃଷ୍ଟି , ବ୍ରହ୍ମାନନ୍ଦ ସାହୁ, ପ୍ରଫୁଲ କୁମାର ସାହୁ, ସୁଧାକର ସାହୁ, ପାଗଲ ପୃଷ୍ଟି , ପଦ୍ମଲାଭ ପୃଷ୍ଟି ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ସହଯୋଗ କରୁଛନ୍ତି।

ସେୟାର କରନ୍ତୁ

You May Like

Pin It on Pinterest