
ଆଲିଆ ଭଟ୍ଟ ଏବଂ ରନବୀର କପୁରରଙ୍କ ବିବାହ କାର୍ଯ୍ୟକ୍ରମର ରୀତିନୀତି ବୁଧବାର (ଏପ୍ରିଲ୍ ୧୩ ) ରୁ ଆରମ୍ଭ ହୋଇଛି | ବଲିଉଡର ଏହି ଲୋକପ୍ରିୟ ଯୋଡି ପାଲି ହିଲରେ ଅବସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ବିବାହ ବନ୍ଧନରେ ବାନ୍ଧି ହେବେ | ଏପ୍ରିଲ୍ ୧୩ ରେ, ଆଲିଆ ଭଟ୍ଟଙ୍କ ମେହେନ୍ଦି ସେରମନି ଆୟୋଜନ କରାଯାଇଥିଲା | ଏହି ଫଙ୍କସନ୍ ରେ ପରିବାର ଲୋକଙ୍କ ସହ କିଛି ଖାସ ସାଙ୍ଗମାନେ ସାମିଲ ହୋଇଥିଲେ । ଆଲିଆଙ୍କ ମେହେନ୍ଦି ଫଙ୍କସନ୍ ରେ, ତାଙ୍କର ମେଣ୍ଟର ଏବଂ ଜଣାଶୁଣା ଫିଲ୍ମ ନିର୍ଦେଶକ ଉରାନ୍ ଜୋହର ମଧ୍ୟ ପହଞ୍ଚିଥିଲେ | ମେହେନ୍ଦି ଫଙ୍କସନ୍ ଆରମ୍ଭ ହେବା ମାତ୍ରେ କରନ୍ ଜୋହର ବହୁତ କାନ୍ଦିଥିଲେ | କେବଳ ସେତିକି ନୁହେଁ, ମେହେନ୍ଦି ଫଙ୍କସନ୍ ସମୟରେ ରନବିର କାପୁରଂକ ମା’ନିଁତୁ କପୁର ମଧ୍ୟ କପୁର) ମଧ୍ୟ ଲୁହରେ ଆଖି ଭିଜାଇ ଥିଲେ |

କରନ୍ ପ୍ରଥମେ ଆଲିଆଙ୍କୁ ମେହେନ୍ଦି ଲଗାଇଲେ
କାରଣ ଜୋହର ସେହି ବ୍ୟକ୍ତି ଯିଏ “ସ୍ଟୁଡେଣ୍ଟ ଅଫଇଅର” ଚଳଚ୍ଚିତ୍ର ମାଧ୍ୟମରେ ଆଲିଆ ଭଟ୍ଟଙ୍କୁ ଲଞ୍ଚ କରିଥିଲେ | ସେବେଠାରୁ, ପ୍ରତ୍ୟେକ ପର୍ଯ୍ୟାୟ କରନ ଆଲିଆଙ୍କ ମେଣ୍ଟର ଭାବେ ରହି ଆସିଛନ୍ତି | ଆଲିଆ ମଧ କହିଛନ୍ତି କରନ କେବଳ ମୋର ମେଣ୍ଟର ନୁହନ୍ତି ବରଂ ତାଙ୍କର ଆଉ ଜଣେ ପିତା। କରଣ ଜୋହାର ଅଲିଆ ଭଟ୍ଟଙ୍କ ହାତରେ, ପ୍ରଥମେ ଶୁଭ ମେହେନ୍ଦି ଲଗାଇଥିଲେ | ବଲିଉଡ ରିପୋର୍ଟ ଅନୁଯାୟୀ କରଣ ଜୋହରଙ୍କ ଆଖି ମେହେନ୍ଦି ଲଗାଇବା ବେଳେ ଲୁହରେ ଛଳ ଛଳ ହୋଇ ଯାଇଥିଲା | ପ୍ରଶଂସକମାନେ ଆଲିଆ-ରଣବିରର ବିବାହ ଦିନକୁ ଅପେକ୍ଷା କରିଛନ୍ତି, ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିବେ |

ନିଁତୁ କପୁର ମଧ୍ୟ ଭାବପ୍ରବଣ ହୋଇଗଲେ
ଆଲିଆ ବାହାର ମେହେନ୍ଦି ସେରିମନ୍ ସମୟରେ, ନିଁତୁ କପୁର ବହୁତ ଭାବପ୍ରବଣ ହୋଇଗଲା | ମେହେନ୍ଦି ଫଙ୍କସନ୍ ସମୟରେ, ସେ ତାଙ୍କର ଏବଂ ଋଷି କାପୁରଂକ କିଛି ପୁରୁଣା ସମୁର୍ତ୍ତି ବାଣ୍ଟିଥିଲେ |