ମହାବିଷୁବ ସଂକ୍ରାନ୍ତି ଅବସରରେ ନବବର୍ଷ ଉପଲକ୍ଷେ ଓଡ଼ିଶାର ସର୍ବପ୍ରଥମ ଇ — କବି ସମ୍ମିଳନୀ ଓ କବିତା ପାଠୋତ୍ସବ କେନ୍ଦ୍ରାପଡା ସ୍ଥିତ ନିଖିଳ ଉତ୍କଳ ସ୍ରଷ୍ଟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଜ ନିଜ ଘରେ ରହି ମୋବାଇଲ କନଫରେନସ୍ ମାଧ୍ୟମରେ କବିମାନେ ସ୍ଵରଚିତ କବିତା ପାଠ କରିଥିଲେ । ଏତାଦୃଶ ଅଭିନବ କବିତା ପାଠୋତ୍ସବରେ ବିଶିଷ୍ଟ କଥାକାର ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡଃ ବିରଜା ରାଉତରାୟ ମୁଖ୍ୟ ଅତିଥି ଭାବେ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।

ସର୍ବପ୍ରଥମେ ବିଶ୍ଵରେ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଲବ୍ଧପ୍ରତିଷ୍ଠ କବି ମନ୍ମଥନାଥ ବରାଳ , ଡଃ ବିରଜା ରାଉତରାୟ , ବିଶିଷ୍ଟ କଥାକାର ତଥା କବି ପ୍ରଦୀପ ନାୟକ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ କବି ଶୁଭାଂଶୁ କୁମାର ଦାସ , ଉଦ୍ଘୋଷକ କବି ଶୈଳଜା ଶଙ୍କର ସାମଲ , କବି ଈଶ୍ଵର ଚନ୍ଦ୍ର ପୃଷ୍ଟି , ସଂସଦର ସଭାପତି କବି ବଟକୃଷ୍ଣ ସାମଲ , ସଂପାଦକ ଡଃ ପ୍ରଶାନ୍ତ କୁମାର ମହାରଣା ପ୍ରମୂଖ ସ୍ଵରଚିତ କବିତା ପାଠ କରିଥିବା ବେଳେ ଆଶୁକବି ହେମନ୍ତ ଜେନା ଓ କବି ଚାରୁଲତା ଭୂୟାଁଙ୍କ ଦ୍ଵାରା ସଂଯୋଜିତ ଯୁଗଳବନ୍ଦୀ କବିତା ଝଡର ଶବ୍ଦଭେଦୀ କୁ କବି ହେମନ୍ତ ଜେନା ପାଠ କରିଥିଲେ । ସଂପାଦକ ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ମନୋଜ୍ଞ କବିତା ପାଠୋତ୍ସବ ଟି ଗୃହବନ୍ଦୀ କବି ମାନଙ୍କୁ ଉଲ୍ଲସିତ କରିଥିବା ବେଳେ ଶିକ୍ଷାବିତ୍ ପ୍ରକୃତି ମିତ୍ର କାଶୀନାଥ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ୍ ହେମନ୍ତ ଜେନା
