ଦଶାବତାର କଥାମୃତ ଓ ବିଶ୍ୱ କଳକୀ ଜୟନ୍ତୀ ଉଦଯାପିତ….

ସଂଜୟ ଶତପଥୀ(କଟକ): ୧/୮- ବିଶ୍ୱ ସତ୍ୟ -ସନାତନ -ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଜୁଲାଇ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଦଶାବତାର କଥାମୃତ ଓ ବିଶ୍ବ କଳକୀ ଜୟନ୍ତୀ ପାଳିତ ହୋଇଯାଇଛି ।

ସ୍ଥାନୀୟ ମାଳିକା କ୍ଷେତ୍ର ଶ୍ରୀ ଗଡ଼ଗଡେଶ୍ୱର ଧାମରେ ଆୟୋଜିତ ସତସଙ୍ଗକୁ ସଦଗୁରୁ କଳକୀବାବା ଉଦଘାଟନ କରି କହିଲେ – ଯୁଗଚକ୍ରରେ ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଏଥିରୁ ଉଦ୍ଧାର ପାଇବା ପାଇଁ ସର୍ବଶକ୍ତିମାନ ଈଶ୍ୱର ଯୁଗାବତାର ଶ୍ରୀ କଳକୀରାମଙ୍କୁ ଭଜନ ଓ ସ୍ମରଣ ଆଅଆ ବିଧେୟ ।ପ୍ରାରମ୍ଭରେ ସେନାର କୁଳପୁରୋହିତ ପଣ୍ଡିତ ହୃଷିକେଶ ପଣ୍ଡା ବେଦମନ୍ତ୍ର ଉଚ୍ଚାରଣ କରିବା ପରେ ଶ୍ରୀଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯାଇଥିଲା ।

ବରିଷ୍ଠ ଆଇନଜୀବି ଏସ. ପିନାକୀନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସତସଙ୍ଗରେ ବିଶିଷ୍ଟ ଶିକ୍ଷାବିତ ତଥା ମାଳିକା ଗବେଷକ ଡକ୍ଟର ଜ୍ଞାନଗୁରୁ ଦାସ ମୁଖ୍ୟପ୍ରବକ୍ତା ଭାବେ ଯୋଗଦେଇ ଭଗବାନ ବ୍ୟାସଦେବଙ୍କ ଠାରୁ ଆରମ୍ଭକରି ବିଶ୍ୱବ୍ରହ୍ମାଣ୍ଡର ମହାନସନ୍ଥ ମହାପୁରୁଷ ଅଚ୍ୟୁତଙ୍କ ଦ୍ୱାରା ରଚିତ ବିଭିନ୍ନ ଶାସ୍ତ୍ରର ଉଦାହରଣ ଦେଇ ସାମାଜିକ ଚିତ୍ରର ଭୟାନକ ଘଟଣାବଳୀର ଭବିଷ୍ୟତବାଣୀ ପ୍ରଦାନ କରିଥିଲେ ।

ଏହି ଅବସରରେ ସଦଗୁରୁ କଳକୀବାବାଙ୍କ ନିର୍ଦ୍ଦେଶରେ ଦଶଜଣ ସମାଜସେବୀ ଓ ଆଧ୍ୟାତ୍ମିକ ପ୍ରତିଭାଙ୍କୁ କଳକୀରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ସର୍ବଶ୍ରୀ ଡାକ୍ତର ହରେକୃଷ୍ଣ ନାୟକ, ନିତ୍ୟାନନ୍ଦ ମିଶ୍ର, ବିଜୟ କୁମାର ସାମଲ, ଲଷ୍ମୀଧର ଦାସ, ମହେନ୍ଦ୍ର କୁମାର ମହାପାତ୍ର, ପ୍ରସନ୍ନ କୁମାର ମହାପାତ୍ର, ପଣ୍ଡିତ ନିରାକାର ପଣ୍ଡା, ଲିଙ୍ଗରାଜ ହାତୀ, ଅନିଲ ସିଂହ ଓ ଅମୁଲ୍ୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସର୍ବଶ୍ରୀ ରବୀନ୍ଦ୍ରନାଥ ଦାସ, କିରଣ କୁମାର ଦାଶ, ବିଜୟ କୁମାର ମହାନ୍ତି, ରଂଜିତ ସିଂହ ଓ ନଜରୁଲ ଇସଲାମ ପ୍ରମୁଖ ସହାୟତା କରିଥିବାବେଳେ ସେନାର ଶକ୍ତି ବାହିନୀ ଆବାହିକା ଆଇନଜୀବି ବିଶ୍ୱଜିତା ଜେନା ଧନ୍ୟବାଦ ଦେଇଥିଲେ ।

ସେୟାର କରନ୍ତୁ

Next Post

ଆସନ୍ତାକାଲି ଯାଏଁ ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ;ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର...

Wed Aug 2 , 2023
ବାସ୍ତବ ବ୍ୟୁରୋ: ଗଭୀର ଅବପାତ ପ୍ରଭାବରେ ମଙ୍ଗଳବାରଠାରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା କଥା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ। ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, […]

You May Like

Pin It on Pinterest