ଶାଶ୍ଵତୀ ନାଟ୍ୟ ସଂସ୍ଥା ବ୍ରହ୍ମପୁର ଦ୍ଵାରା ପ୍ରଯୋଜିତ ନାଟକ ” ବସା ଘର”କୁ ଜାତୀୟ ସ୍ତରରେ ୭ ଗୋଟି ପୁରସ୍କାର….

ବ୍ରହ୍ମପୁର ତା ୧୨-୦୬-୨୪:ନିଖିଳ ଉତ୍କଳ କଳା ନିକେତନ, କଟକ ଦ୍ଵାରା ଚାଳିତ ମାସ ୮ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଆୟୋଜିତ (୭ମ ଷ୍ଟାର କଲ୍ଚରାଲ ଫେଷ୍ଟିଭାଲ) ସର୍ବ ଭାରତୀୟ ବହୁ ଭାଷୀ ନାଟକ ଏବଂ ନୃତ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ବ୍ରହ୍ମପୁର ସହର ର ଅଗ୍ରଣୀ ନାଟ୍ୟ ସଂସ୍ଥା “ଶାଶ୍ଵତୀ” ଉଦ୍ଘାଟନୀ ସନ୍ଧ୍ୟାରେ ସୁଶ୍ରୀ ଭାଗ୍ୟ ଲକ୍ଷ୍ମୀ ମହାରଣା ଙ୍କ ରଚିତ ଏବଂ ରାମ ଚନ୍ଦ୍ର ସାସମଲ ଙ୍କ ନିର୍ଦ୍ଦେଶିତ ନାଟକ ” ବସା ଘର” ପରିବେଷଣ କରାଯାଇଥିଲା।

ଏହି ନାଟକ ଦର୍ଶକଙ୍କ ଦ୍ଵାରା ଆଦୃତ ଲାଭ କରି ଅନେକ ପ୍ରଶଂସା ସାଉଁଟିଛି । ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ମାନଙ୍କୁ ନିର୍ଯାତନା,ପ୍ରତାରଣା ଓ ଜୀବନ ଯନ୍ତ୍ରଣାରେ ପୀଡ଼ିତାଙ୍କୁ ମର୍ଯ୍ୟଦରେ ବଞ୍ଚିବାର ବାଟ ଦେଖାଇ ନିଜ ଘରେ ରଖି ସ୍ନେହ ପ୍ରେମ ଶ୍ରଦ୍ଧା ଆଦରରେ ଦାରୁଣ ବେଦନା ସହ୍ୟ କରି ଥିବା ଅନ୍ୟ ଜଣେ ନାରୀଙ୍କ କାହାଣୀ ବିଷୟ ଉପରେ ଆଧାରିତ ଥିଲା। ନାରୀଟିଏ ହିଁ ନାରୀର ଦୁଃଖ ଯନ୍ତ୍ରଣା ବୁଝିପାରିବ ,ନାରୀଟିଏ କେବେ ହେଲେ ନାରୀର ଶତ୍ରୁ ନୁହେଁ ଏହି ଧାରାରେ ଉକ୍ତ ପ୍ରତିଯୋଗିତାରେ ୨ ୟ ଶ୍ରେଷ୍ଠ ପ୍ରଯୋଜନା,୨ ୟ ଶ୍ରେଷ୍ଠ ନିର୍ଦ୍ଦେଶନା ଭାବେ ରାମଚନ୍ଦ୍ର ସାସମଲ ,୩ ୟ ସ୍ରେଷ୍ଠ ପାଣ୍ଡୁଲିପି ପାଇଁ ଭାଗ୍ୟ ଲକ୍ଷ୍ମୀ ମହାରଣା,୧ ମ ଶ୍ରେଷ୍ଠ ଅଭିନେତ୍ରୀ ଯଶୋଦା ବେହେରା , ୨ୟ ଶ୍ରେଷ୍ଠ ଅଭିନେତ୍ରୀ ଜାହ୍ନବୀ ପଣ୍ଡା, ୧ମ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପିଙ୍କି ପରିଡ଼ା ସମେତ ୨ ୟ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ଅରୁଣ କୁମାର ସାହୁ ପୁରସ୍କୃତ ହୋଇଛନ୍ତି।

ଉକ୍ତ ସଫଳତା ହାସଲ ପ୍ରଭୁ ଜଗନ୍ନାଥଙ୍କ କୃପାରୁ,ତଥା ବ୍ରହ୍ମପୁର ସହର ର କଳାପ୍ରେମି ଙ୍କ ଆଶୀର୍ବାଦ,ସ୍ନେହ ଶ୍ରଦ୍ଧା ଭଲପାଇବା, ସାହାଯ୍ୟ ସହଯୋଗ ଯୋଗୁଁ ହୋଇ ପାରିଛି ବୋଲି ନାଟ୍ୟ ସଂସ୍ଥା ର ସମ୍ପାଦକ ସୁନିଲ କୁମାର ସ୍ବାଇଁ ଜଣାଇଛନ୍ତି। ଏଥିପାଇଁ ସମସ୍ତ ଶୁଭେଚ୍ଛୁ ତଥା କଳାକାର ମାନଙ୍କର ଶୁଭେଚ୍ଛା ବାର୍ତ୍ତା ଛୁଟି ଆସୁଛି।

ସେୟାର କରନ୍ତୁ

Next Post

ଗୋଡଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ରେ ୧୧କେଭି ଲାଇନ୍ ତାର ଲାଗି କଣ୍ଟେନର ଡ୍ରାଇଭର ଗୁରୁତର

Wed Jun 12 , 2024
ବରଗଡ:-୧୧.୬(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ ଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଏକ କଣ୍ଟେନର୍ ରାଜପଥ ଉପରେ ଅତି ତଳିଆ ହୋଇ ଝୁଲିରହି ବିପଦ କୁ ଆମନ୍ତ୍ରଣ କରୁଥିବା ୧୧କେଭି ମୁକୁଳା ତାର ଲାଗି କଣ୍ଟେନର୍ ଗାଡ଼ି ଟାୟାର ଜଳି ଉଠିଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ।ଏନେଇ ନିକଟରେ ରହିଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ […]

You May Like

Pin It on Pinterest