
ଭୁବନେଶ୍ୱର(ନି.ପ୍ର)-ତା ୮/୮:ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଡ. ରଜନୀ ରଞ୍ଜନ ଦାଶ ଙ୍କ ଲିଖିତ “ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ” ପୁସ୍ତକ ର ପରିବର୍ଦ୍ଧିତ ସଂସ୍କରଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହୋଇଯାଇଛି ।
ପକ୍ଷୀଘର ପ୍ରକାଶନୀ ର ବନୋଜ ତ୍ରିପାଠୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାରଳା ସାହିତ୍ୟର ବିଶିଷ୍ଟ ଗବେଷକ ଜେଏନୟୁ ର ପ୍ରଫେସର ଡ. ଉଦୟନାଥ ସାହୁ ଏବଂ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବରେ ଏବଂ ଡ. ଅଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାରଳା ଦାସଙ୍କ ଜ୍ଞାନ ଓ ବହୁଶାସ୍ତ୍ରଦର୍ଶିତା ଉପରେ ବିଶେଷ ଆଲୋଚନା କରିଥିଲେ। ଲେଖକ ଡ.ଦାଶ ନିଜ ଲେଖକୀୟ ଆଭିମୁଖ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଓଡ଼ିଶା ମିରର ର ସମ୍ପାଦକ ଦିଲ୍ଲୀପ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ ।ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ତନୟା ଦାସଗୋସ୍ୱାମୀ।