ତିର୍ତ୍ତୋଲ:- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଲୋକପ୍ରିୟ ବିଡ଼ିଓ ଅଟଳ ବିହାରୀ ସ୍ୱାଇଁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ଗତକାଲି ସନ୍ଧ୍ୟାରେ ବ୍ଲକ ପରିସରରେ ଅଧ୍ୟକ୍ଷ ମନୋଜ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ କରାଯାଇଥିଲା । ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଉପାଧ୍ୟକ୍ଷା ସୁଜାତା ମହାନ୍ତି,ତିର୍ତ୍ତୋଲ ତହସିଲଦାର ଅମୁଲ୍ୟ କୁମାର ସାହୁ,ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ […]
ନିରଞ୍ଜନ ବସ୍ତିଆ(ନିଶ୍ଚିନ୍ତକୋଇଲି): ଗତକାଲି ବିଳମ୍ବିତ ରାତିରେ ସାଲେପୁର ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ କୌଣସି ସୂତ୍ରରୁ ଖବର ଅବକାରୀ ବିଭାଗ ନେମାଳ ଥାନା ଗୋପିନାଥପୁର ଗାଁ ର ସୁଦାମ ଚରଣ ସିଂହ ତିନୋଟି ବସ୍ତାରେ ୬୨ କିଲୋ ଗଞ୍ଜେଇ ସ୍ଥାନୀୟ ଅଂଚଳକୁ ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ […]
ଭବାନିପାଟଣା: ଗ୍ରାହକ ସେବକେନ୍ଦ୍ର କରି ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଗୋଟିଏ ପରିବାର । ଏଭଳି ଏକ ଘଟଣା ଘଟିଛି ।କଳାହାଣ୍ତି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୋହନଗୁଡା ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର କରି ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଗୋଟିଏ ପରିବାର । ମୋହନଗୁଡା ଗାଁର ହରିଶଚନ୍ଦ୍ର ରାଉତ ଏବଂ ତାଙ୍କ ମାଆ ଶରସ ରାଉତଙ୍କ ସହ ଆଉ ଦୁଇ […]
ବାସ୍ତବ ବ୍ୟୁରୋ: ଶନିବାର ପାହାନ୍ତାରେ ପଶ୍ଚିମବଙ୍ଗସ୍ଥିତ ‘ଆଇଆଇଟି’-ଖଡ଼ଗପୁରର ଲାଲ୍ ବାହାଦୁର ଶାସ୍ତ୍ରୀ ହଲ୍ ଅଫ୍ ରେସିଡେନ୍ସ୍ (ଏଲ୍ବିଏସ୍ ହଲ୍) ନାମରେ ଜଣାଶୁଣା ‘କମନ୍ରୁମ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସମ୍ବାଦ ସରବହରା ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ଅଗ୍ନିକାଣ୍ଡ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ହୁତୁହୁତୁ ହୋଇ ଜଳୁଥିବା ‘ଏଲ୍ବିଏସ୍ ହଲ୍’ରୁ ପ୍ରବଳ ଧୂଆଁ ବାହାରୁଛି। ସୂଚନାନୁଯାୟୀ, ଗତ ରାତି ପ୍ରାୟ ୩ଟା ବେଳେ ‘ଆଇଆଇଟି’ର ଲାଲ୍ ବାହାଦୁର ଶାସ୍ତ୍ରୀ ହଲ୍ରେ […]
ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇଛନ୍ତି ଏନସିପିର ବରିଷ୍ଠ ନେତା ଅଜିତ ପାୱାର । ଅଜିତ ପାୱାରଙ୍କ ସହ ଛଗନ ଭୁଜବଳ ଓ ୨୯ରୁ ଅଧିକ ବିଧାୟକ ଯୋଗ ଦେଇଛନ୍ତି । ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ […]
ବାସ୍ତବ ବ୍ୟୁରୋ: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ବା OREAT ର ନୂଆ ଚେୟାରପର୍ସନ ଭାବେ ଯୋଗ ଦେଇଛନ୍ତି । ୨୦୧୯ ଫେବୃଆରୀ ୬ରୁ ଏହି ପଦବୀରେ ଥିବା OREATର ପ୍ରଥମ ଚେୟାରପର୍ସନ ଜଷ୍ଟିସ୍ ସୁଭାସ ଚନ୍ଦ୍ର ପରିଜାଙ୍କ କାର୍ଯ୍ୟକାଳ ଗତକାଲି ୩୦ ସମାପ୍ତ […]
ବାସ୍ତବ ବ୍ୟୁରୋ: ରାଜଧାନୀ ପରିବାର ବଜାରରେ ପରିବା ଦର ଆକାଶ ଛୁଆଁ। ସବୁ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଆଜି ଏକନମ୍ବର ହାଟରେ ବିନ୍ କିଲୋ ୨୫୦ ଟଙ୍କା, ଝୁଡୁଙ୍ଗ କିଲୋ ୧୨୦, କ୍ୟାପସିକମ୍ କିଲୋ ୧୫୦, ଫୁଲ କୋବି ଗୋଟେ ୫୦ ଟଙ୍କା, ବାଇଗଣ କିଲୋ, ୫୦, ପୋଟଳ କିଲୋ ୮୦, ବିଲାତି କିଲୋ ୯୦, ଭେଣ୍ଡି କିଲୋ ୮୦ ଓ […]
ବାସ୍ତବ ବ୍ୟୁରୋ : ଭାଇରାଲ ହେଲା ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା ଥିବା ବେଳେ ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଟିଇଟି ପରୀକ୍ଷାରେ ଏହି ସବୁ ପ୍ରଶ୍ନପତ୍ର ପଡିବ ବୋଲି କହି ହଜାର ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର […]
ବାସ୍ତବ ବ୍ୟୁରୋ: ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁଙ୍କ ଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତ ରୁଣ୍ଡ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ବ୍ୟାରିକେଡରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ସୁନାବେଶ ପାଇଁ ସନ୍ଧ୍ୟା ୫ଟାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଶ୍ରୀଜିଉମାନଙ୍କୁ ଏହି ବେଶ କରିବା ପାଇଁ ୧ ଘଣ୍ଟାରୁ ଅଧିକ […]
ବାସ୍ତବ ବ୍ୟୁରୋ: ୨ ବର୍ଷ ହେଲା ମୋଦିଙ୍କ କ୍ୟାବିନେଟରେ କୌଣସି ପ୍ରକାରର ବଡ଼ଧରଣର ଅଦଳବଦଳ ହୋଇ ନ ଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିବେ। ଏହାପୂର୍ବରୁ କ୍ୟାବିନେଟ ସଂପ୍ରସାରଣର ଖବର ସାମ୍ନାକୁ ଆସିଛି। ଜୁଲାଇ ୩ରେ ନୂଆ କରି ପ୍ରଗତି ମୈଦାନରେ […]


