୧- ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ପୁଣି ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ବୃଦ୍ଧି ପାଇଛି ।ଏଥିମଧ୍ୟରୁ ୫୫୩୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୪୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ୩- ଆଜି ପୁରୀ ଶ୍ରୀମନ୍ଦିରରେ […]
ବାସ୍ତବ ବ୍ୟୁରୋ– ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୁମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିପାରନ୍ତି । ଯଦିଓ ଏପର୍ଯ୍ୟନ୍ତ ଏହି ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, ତଥାପି ପ୍ରଧାନମନ୍ତ୍ରୀ ୫ ଅଗଷ୍ଟରେ ଭୁମି ପୂଜନରେ ଅଂଶଗ୍ରହଣ କରିବେ । ଏହି ମନ୍ଦିରର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ଥିବା ସର୍ବାର୍ଥ ସିଦ୍ଧ ଯୋଗର ଅଭିମନ୍ତ୍ରିତ ମୁହୂର୍ତ୍ତରେ ପୂଜା କରାଯିବ । ପ୍ରଧାନମନ୍ତ୍ରୀ […]
ବାସ୍ତବ ବ୍ୟୁରୋ-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଢ଼େଙ୍କାନାଳ,ମାଲକାନଗିିରି, ନବରଙ୍ଗପୁର, ଢେଙ୍କାନାଳ ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । […]
୧-ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୪୩୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୩୮୧ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା । ୩-ଫ୍ଲିପକାର୍ଟ ଏବେ ବିକିବ ଓଡ଼ିଶାର ହସ୍ତଶିଳ୍ପ ଓ […]
ବାସ୍ତବ ବ୍ୟୁରୋ-ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଯେଉଁ ଡିଗ୍ରୀ କଲେଜରେ କୌଣସି ବିଷୟର ଚାହିଦା ନାହିଁ କିମ୍ବା ଲଗାତର କିଛି ବର୍ଷ ହେବ ଖାଲି ପଡୁଛି ତାହାକୁ ବନ୍ଦ କରି ଦିଆଯାଉ । ନହେଲେ ସେହି ସିଟ୍ ବଦଳରେ ଅନ୍ୟ ଚାହିଦା ଥିବା ବିଭାଗଗୁଡିକର ସିଟ୍ ବୃଦ୍ଧି କରାଯାଉ । ସେ ଚିଠିରେ ଉଲ୍ଲେଖ କରି […]
୧-ଆଜି ରାଜ୍ୟରେ ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୨୫୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଓଡିଶାରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ। ଏହି ୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬ କୁ […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ଅଧିକ କରୋନା ପ୍ରବଣ ୪ଟି ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ସହିତ ରାଉରକେଲା ମହାନଗରରେ ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ, ଲକ୍ଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରରେ ଲକ୍ଡାଉନ୍ କଡାକଡି ହେବ। ଏ ନେଇ ପୋଲିସ କମିଶରନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ନିୟମ ନମାନିଲେ କଡା ଦଣ୍ଡ ମିଳିବ ସେ […]
ବାସ୍ତବ ବ୍ୟୁରୋ-ସାରା ବିଶ୍ୱ ଇମ୍ୟୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତି କୁ ବଢ଼ାଇ କରୋନା କୁ ହରେଇବା ପାଇଁ ସଚେତନତା ସୃଷ୍ଟି କରୁଥିବା ବେଳେ ଆମ ରାଜ୍ୟର ପୋଲିସ କମିଶନର ଙ୍କ ନଜର ପଡିଛି ଥାନା ବାବୁଙ୍କ ମେଦବହୁଳତା (BMI) ଉପରେ । ଏହାର କାରଣ ଯାହା ଥାଉ ନା କାହିଁକି ପୋଲିସ କର୍ମଚାରୀଙ୍କ ନିଦ ହଜାଇ ଦେଇଛି । କରୋନା କଟକଣା ସମୟରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା […]
୧-ଆଜି ରାଜ୍ୟରେ ୨୪ଟି ଜିଲ୍ଲାରୁ ୭୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ରେ ପହଞ୍ଚିଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୧୦୮୭୭ ଜଣ । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୪ ରେ ପହଞ୍ଚିଛି। ୨-ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି। ୩-ରାଜଧାନୀ ଭୁବନେଶ୍ୱରର […]
ବାସ୍ତବ ବ୍ୟୁରୋ-ଲକଡାଉନ୍ ହେଲା ସମଗ୍ର ରାଉରକେଲା ମ୍ୟୁନିସପାଲଟି ଓ ୪ଟି ଜିଲ୍ଲା । ଆସନ୍ତା ୧୭ତାରିଖ ରାତି ୯ଟାରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହେବ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର । ଏହି ଲକଡାଉନ୍ କଡ଼ାକଡ଼ି ପାଳନ ହେବ । ତେବେ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ଆଜି ଗଣମାଧ୍ୟମକୁ ସୂଚନା […]