ବାସ୍ତବ ବ୍ୟୁରୋ-ଆଜି ପଙ୍ଗଳପାଳ ପାଇଁ ଆମେ ସତର୍କ ତଥା ପ୍ରସ୍ତୁତ ଅଛୁ ବୋଲି ରାଜ୍ୟସରକାରଙ୍କର କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଟ କହିଛନ୍ତି । ସୂଚନାନୁଯାୟୀ, ମଧ୍ୟପ୍ରଦେଶ ଚାଲିଯାଇଥିବା ପଙ୍ଗପାଳ ଏବେ ପୁଣି ଥରେ ଛତିଶଗଡ ଫେରିଛନ୍ତି । ଏ ନେଇ ସଚିବ କହିଛନ୍ତି ଯେ, ପଙ୍ଗପାଳ ଦଳ ନୂଆ କି ପୁରୁଣା ସେ ନେଇ ଗବେଷଣା କରାଯାଉଛି ।ଛତିଶଗଡ଼କୁ ଲାଗିକି ଥିବା ଜିଲ୍ଲାମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ପ୍ରତିଦିନ […]

୧-ଆଜି ରାଜ୍ୟରେ ୧୭ଟି ଜିଲ୍ଲାରୁ ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୭୭କୁ ବୃଦ୍ଧି । ୩,୧୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି । ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨-୪୫୨ ବର୍ଷରେ ୩୨ଥର ବନ୍ଦ ହୋଇଛି ରଥଯାତ୍ରା । ୩-୨୧ରେ ବଳୟ ସୂର୍ଯ୍ୟ ପରାଗ, ଓଡ଼ିଶାରେ ଦୃଶ୍ୟ […]

ବାସ୍ତବ ବ୍ୟୁରୋ-ଆଜି ସଂଧ୍ୟାରେ ଭିଡ଼ିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଇଥିବା ସମ୍ପର୍କରେ ବୈଠକରେ ଆଲୋଚନା ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବୈଠକରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ; ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଆଡ଼ଭୋକେଟ୍ ଜେନେରାଲ ଅଶୋକ […]

ବାସ୍ତବ ବ୍ୟୁରୋ-ଚଳିତ ବର୍ଷ ବଡ଼ଦାଣ୍ଡେ ଗଡିବନି ରଥ । ମହାମାରୀ କରୋନା କାରଣରୁ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ରଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି […]

୧- ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ଆଉ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୫୧୨କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୩,୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୦୧ ରହିଛି । ୧୧ ଜଣ […]

ବାସ୍ତବ ବ୍ୟୁରୋ-୧୫ତମ ଅର୍ଥ ଆୟୋଗର ସୁପାରିଶ କ୍ରମେ ୨୦୨୦-୨୧ ପାଇଁ ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ସକ୍ରିୟ କରିବାକୁ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ମୋଟ ୧୫୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଥିବାରୁ, କେନ୍ଦ୍ର ସରକାର ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଅନୁଦାନର ପ୍ରଥମ କିସ୍ତି ବାବଦରେ ଏହି ରାଶି ପ୍ରଦାନ କରାଯାଇଛି । […]

୧-ଆଜି ଓଡ଼ିଶାରେ ୧୭୫ କରୋନା ପଜିଟିଭ ଚିହ୍ନଟ । ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୩୩୮ରେ ପହଂଚିଥିବାବେଳେ ୨୯୭୪ ଜଣ ସୁସ୍ଥ ହୋଇଛନ୍ତି । ୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୪୦୬୫ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୫,୨୨୭ ଜଣ ସୁସ୍ଥ ହୋଇଛନ୍ତି । ବାକି ୧୧,୯୦୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୨୨୭ ରହିଛି । ୩-ବିଜେପି ନେତା ତଥା ବାଲେଶ୍ୱର […]

ବାସ୍ତବ ବ୍ୟୁରୋ: ୭୦ ଦଶକ ପରେ ପ୍ରଥମ ଥର ପାଇଁ LAC ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେଇଛି । ଗଲ୍‌ୱାନ୍ ଘାଟିରେ ଭାରତୀୟ ଏବଂ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ‌ଘଟି ଭାରତୀୟ ସେନାର ୩ଜଣ ଯବାନ ଏବଂ ଚୀନ ପକ୍ଷର ୫ ସୈନିକ ମୃତ୍ୟୁବରଣ କରିଥିବା ଜଣା ପଡିଛି । ପୂର୍ବ ଲଦାଖ ସେକ୍ଟର୍‌ର ଚାରି ବିବାଦୀୟ ସ୍ଥାନ […]

୧-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩. ୪୩ ଲକ୍ଷ ଟପିଲା । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୭୮ ରହିଛି ।୧୮୦୦୧୨ ଜଣ ସୁସ୍ଥ ହୋଇଛନ୍ତି । ବାକି ୯୯୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨-ରାଜ୍ୟରେ ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି । ୨୮୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୫ […]

ବାସ୍ତବ ବ୍ୟୁରୋ: ଆଜି ଅପରାହ୍ଣରେ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟରେ କରୋନା ସ୍ଥିତି ସଂପୂର୍ଣ୍ଣ ଆୟତ୍ତାଧୀନ ଅବସ୍ଥାରେ ରହିଛି । ହଁ, ଏକଥା ଅବଶ୍ୟ ସତ ଯେ ଲକ୍‌ଡାଉନ୍‌ ନିୟମ କୋହଳ ହେବାପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କୋଭିଡ୍‌-୧୯ ମହାମାରୀ ବିରୋଧରେ ରାଜ୍ୟରେ ଚାଲିଥିବା ଲଢ଼େଇରେ ଆଗାମୀ ୪ରୁ ୬ ସପ୍ତାହ […]

Pin It on Pinterest