୧-ଆଜି ଓଡିଶା ରେ ନୂଆ ୩ ଜଣ covid-19 ରୋଗୀ ଚିହ୍ନଟ। ୨ ଜଣ ରୋଗୀ ଗଂଜାମ ଜିଲ୍ଲା ର ହେଇଥିବା ବେଳେ ଜଣେ ଝାରସୁଗୁଡ଼ା ର ବୋଲି ସୂଚନା ମିଳିଛି । ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୦ ରେ ପହଁଚିଲା । ୨-ଭୁବନେଶ୍ୱର:ଆସନ୍ତା ସପ୍ତାହରେ ବଣ୍ଟା ହେବ ‘କାଳିଆ’ ସହାୟତା। ୩-୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ […]
ବାସ୍ତବ ବ୍ୟୁରୋ-ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଜି କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୧୦୦ଜଣ କରୋନାରେ ସକ୍ରିୟ ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଯାହା ବି କରନ୍ତୁ ମାନବିକତା ସହ […]
ବାସ୍ତବ ବ୍ୟୁରୋ– କରୋନା ମୁକାବିଲା ପରିଚାଳନା ଦୃଷ୍ଟିରୁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ବିଭାଗଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରିଥିଲେ । ଯଥା କ୍ରିଟିକାଲ୍ (ଅତ୍ୟାବଶ୍ୟକ) ଓ ପାର୍ସିଆଲି କ୍ରିଟିକାଲ୍ (ଆଂଶିକ ଅତ୍ୟାବଶ୍ୟକ) । ଏବେ ଏହି ଦୁଇ ବର୍ଗରେ ଥିବା ବିଭାଗ ଗୁଡ଼ିକରେ କେତେକ ପରିବର୍ତ୍ତନ ଆଣିଛନ୍ତି । କ୍ରିଟିକାଲ୍ ବର୍ଗ– କୃଷି, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର […]
୧- ଆଜି ଓଡିଶା ରେ ନୂଆ ୫ ଜଣ covid-19 ରୋଗୀ ଚିହ୍ନଟ। ସମସ୍ତ ୫ ଜଣ ରୋଗୀ ଯାଜପୁର ଜିଲ୍ଲା ର ସମସ୍ତ ସଂକ୍ରମିତ କୋଲକାତା ଲିକ୍। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୪ରେ ପହଁଚିଲା। ୨-ପୁଣି ବଢ଼ିଲା ତାଲାବନ୍ଦ ଅବଧି, ମେ’ ୧୭ ତାରିଖ ଯାଏଁ ଲକଡାଉନ୍ କଟକଣା ଲାଗୁ, ଗୃହମନ୍ତ୍ରଣାଳୟ ଜାରି କଲେ ବିଜ୍ଞପ୍ତି । ୩-ଭୁବନେଶ୍ଵର : ସାମାଜିକ ସୁରକ୍ଷା ସହାୟତା […]
ବାସ୍ତବ ବ୍ୟୁରୋ– ଲକଡାଉନ୍ ବଳବତ୍ତର ଥିବାବେଳେ ଆଜି କିଛି ନିୟମରେ ପରିବର୍ତ୍ତନ ହୋଇଛି । ମେ ୧ ରୁ ନୂତନ ନିୟମ କାର୍ଯ୍ୟକାରୀ ହେଉଥିବାବେଳେ ଲକଡାଉନ୍ ପରେ ଏଗୁଡିକ କାର୍ଯ୍ୟକାରୀ ହୋଇଯିବ । ଆଜିଠାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁଧ ହାରରେ ପରିବର୍ତ୍ତନ ଆସୁଛି । ମେ ୧ ତାରିଖରୁ ଏକ ଲକ୍ଷରୁ ଅଧିକ ସଞ୍ଚୟ ଜମା ଖାତା ଉପରେ ସୁଧ ହାର ହ୍ରାସ କରାଯିବ । ଏଥି […]
ବାସ୍ତବ ବ୍ୟୁରୋ- ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା କୋଭିଡ୍୧୯ ୱେବସାଇଟରେ ପଞ୍ଜୀକରଣ କରିବା ଜରୁରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରଶାସନକୁ ସେଠାରୁ ଓଡ଼ିଶା ଆସିବା ଲାଗି ଅନୁମତି ଦେବା ପୂର୍ବରୁ ପଞ୍ଜୀକରଣ ହୋଇଛି ନା ନାହିଁ ତାହା ଯାଞ୍ଚ […]
ବାସ୍ତବ ବ୍ୟୁରୋ-ଦେଶରେ ତୃତୀୟଥର ବଢ଼ିଲା ଲକଡାଉନ୍ ଅବଧି । ଲକଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବାବେଳେ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଦେଶରେ ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ତେବେ ଏଥର ଗ୍ରୀନ ଜୋନ […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧୪ କରୋନା ଆକ୍ରାନ୍ତ । ୧୪ଜଣ କରୋନାରେ ଆକ୍ରାନ୍ତ ଥିବା ସୁସ୍ଥ ହୋଇଛନ୍ତି । ୧୪ଜଣଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରେ ଜଣେ ହୋଇଥିବା ବେଳେ ଭୁବନେଶ୍ୱରର ୩, ବାଲେଶ୍ୱରର ୩ ଓ ଭଦ୍ରକରେ ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ କେନ୍ଦ୍ରାପଡ଼ା ଜିଲ୍ଲା କରୋନା ମୁକ୍ତ […]
ବାସ୍ତବ ବ୍ୟୁରୋ-ରେଡ ଜୋନ୍ ରୁ ଅଂରେଜ ଜୋନକୁ ଖସିଲା ଭୁବନେଶ୍ୱର । ଅଧିକ କରୋନା ରୋଗୀ ରାଜଧାନୀରେ ଚିହ୍ନଟ ହେବାରୁ ଏହା ହଟସ୍ପଟ୍ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଦୀର୍ଘ ଦିନ ହେବ ଖୋର୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶି କିଛି ନଆସିବାରୁ ଜିଲ୍ଲାକୁ ବର୍ତ୍ତମାନ ରେଡରୁ ଅରେଂଜ ଜୋନରେ ସାମିଲ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ତାଲିକାରୁ ଏହି ତଥ୍ୟ […]
ବାସ୍ତବ ବ୍ୟୁରୋ- ଆଉଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ଯାଜପୁରର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ସେପଟେ ବଲାଙ୍ଗୀର ଜିଲ୍ଲାରେ କରୋନା । ପ୍ରଥମ ଥର ଲାଗି ବଲାଙ୍ଗୀର ଜିଲ୍ଲାରେ ଆଜି ଦୁଇ କରୋନା ଆକ୍ରାନ୍ତ […]