ବାସ୍ତବ ବ୍ୟୁରୋ-ସେସୁ ପକ୍ଷରୁ ରାଜ୍ୟରେ ଚାଲିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ଯଦି ଗ୍ରାହକମାନେ ଧାର୍ଯ୍ୟତାରିଖ ମଧ୍ୟରେ ବିଦ୍ୟୁତ ଦେୟ ପୈଠ କରିବେ ସେମାନଙ୍କୁ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏପ୍ରିଲ ମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ । ଯେଉଁମାନେ ମାର୍ଚ୍ଚ ମାସ ପାଇଁ ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ଦେୟ ପ୍ରଦାନ କରିନାହାନ୍ତି, […]
ବାସ୍ତବ ବ୍ୟୁରୋ-ଲକଡାଉନ୍ ସମୟରେ ମହିଳାମାନଙ୍କ ବିରୁଦ୍ଧରେ ବଢୁଥିବା ହିଂସା କୁ ରୋକିବା ପାଇଁ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ହ୍ୱାଟସ୍ଆପ୍ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜାରି ହୋଇଥିବା ହ୍ୱାଟସ୍ଆପ୍ ନମ୍ବର ୮୭୬୩୫୪୩୦୧୩ । ଆଉ ଏକ ହ୍ୱାଟସ୍ଆପ୍ ନମ୍ବର ଗତକାଲି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମଧ୍ୟ ହୋଇଛି । ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳା ହ୍ୱାଟସ୍ଆପ୍ ନମ୍ବର ୭୨୫୦୦୬୦୩୯ରେ ଅଭିଯୋଗ […]
ବାସ୍ତବ ବ୍ୟୁରୋ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ଯେ, ଭୁବନେଶ୍ୱରରେ ସର୍ବାଧିକ ୪୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୪ ଜଣ ସକ୍ରିୟ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି ।
ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି। ସାମାଜିକ ଦୂରତ୍ୱକୁ ପାଳନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି । କରୋନା ମୁକାବିଲା ନେଇ ସବୁ ଜିଲ୍ଲାରେ କୋଭିଡ଼୍-୧୯ ହସ୍ପିଟାଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ମୋଟ୍ ୩୫ଟି କୋଭିଡ଼୍ ହସ୍ପିଟାଲ ପ୍ରସ୍ତୁତି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ ୨୧ଟି କୋଭିଡ଼୍ ହସ୍ପିଟାଲ କାର୍ଯ୍ୟକ୍ଷମ […]
ବାସ୍ତବ ବ୍ୟୁରୋ-ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ଯେମିତି କି ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ମଲ୍ ୨୦ ଏପ୍ରିଲ ପରେ କାର୍ଯ୍ୟକ୍ଷମ ହେବ। କିନ୍ତୁ ଇ-ବାଣିଜ୍ୟ କମ୍ପାନୀଗୁଡିକର ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ପାଇଁ ଅନୁମତି ମିଳିବ ନା କେବଳ ଜରୁରୀ ସାମଗ୍ରୀ ପାଇଁ ଅନୁମତି ଦିଆଯିବ ବୋଲି ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଏହି ବିଷୟରେ କିଛି ଦ୍ୱନ୍ଦ ରହିଥିବାରୁ କମ୍ପାନୀଗୁଡିକ ଗୃହମନ୍ତ୍ରଣାଳୟର ସ୍ପଷ୍ଟୀକରଣରୁ ଅପେକ୍ଷା କରିଛନ୍ତି । […]
ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ତାଲାବନ୍ଦ ନିୟମକୁ ସବୁ ରାଜ୍ୟର ସରକାର କଡ଼ାକଡ଼ି କରୁଛନ୍ତି । ଏହାସହ ଲୋକମାନେ କିପରି ହଇରାଣ ନହେବେ ସେନେଇ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଉପଲବ୍ଧତାକୁ ନିରୀକ୍ଷଣ କରାଯାଉଛି । ଜରୁରୀ ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟଗୁଡ଼ିକୁ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି । […]
ବାସ୍ତବ ବ୍ୟୁରୋ-ଏପ୍ରିଲ୍ ୧୬ ତାରିଖ ସକାଳ ୧୨:୩୦ଟା ସୁଦ୍ଧା ସମଗ୍ର ଦେଶରେ ୧୨,୪୫୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୨୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
୧-ଆରୋଗ୍ୟ ସେତୁ ଆପ ଭାଙ୍ଗିଲା ସମସ୍ତ ରେକର୍ଡ, 13 ଦିନ ମଧ୍ୟରେ ଡାଉନଲୋଡ କଲେ 5 କୋଟିରୁ ଉର୍ଦ୍ଧ ଲୋକ। ୨-ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା, ଜୁନ 13ରେ ଓଡିଶା ଛୁଇଁବ ମୌସୁମୀ: ଭାରତୀୟ ପାଣିପାଗ ବିଭାଗ। ୩-ଲୋକାର୍ପିତ ହେଲା ବାରିପଦା କିସ୍ ପରିସରରେ ପ୍ରତିଷ୍ଠା ହୋଇଥିବା କୋଭିଡ୍-୧୯ ହସ୍ପିଟାଲ୍, ଜିଲ୍ଲାପାଳ କଲେ ଉଦଘାଟନ। ୪-WHOକୁ ଆମେରିକାର ପାଣ୍ଠି ବନ୍ଦ। ବାର୍ଷିକ ୪୦୦ରୁ ୫୦୦ ନିୟୂତ ଡ଼ଲାର […]
ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କରୋନା ସମ୍ପର୍କିତ ସମସ୍ତ ରାଜ୍ୟ ମାନଙ୍କ ସହିତ ଆଲୋଚନା କରାଯାଇଛି । ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ରାଜ୍ୟ ଓ କେନ୍ଦ୍ର ଉଭୟ କରୋନା ବିରୋଧରେ ମିଳିତ ଉଦ୍ୟମରେ ଲଢ଼େଇ ଜାରି ରଖିଛନ୍ତି […]
ବାସ୍ତବ ବ୍ୟୁରୋ-ରାଜ୍ୟର ୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର ନିଯୁକ୍ତି ପାଇଛନ୍ତି । କୃଷି ବିଭାଗ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ନିଯୁକ୍ତ ହୋଇଥିବା ନୋଡ଼ାଲ ଅଫିସର ତଦାରଖ କରିବେ । ସମସ୍ୟା ସମାଧାନ ସହ ପ୍ରତିଦିନ ଅପରାହ୍ନରେ ରିପୋର୍ଟ ଦେବେ । ଏହାସହ କୃଷି ସରଞ୍ଜାମ ମରାମତି ଦୋକାନ ଖୋଲା ରହିବ । ସାର ଓ ପରିବହନ ଦୋକାନ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି […]