ବାସ୍ତବ ବ୍ୟୁରୋ-ଗତକାଲି ଓଡ଼ିଶାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣଙ୍କ କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏନେଇ ସେହି ଅଞ୍ଚଳକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ କେନ୍ଦ୍ରାପଡ଼ାରେ ଜଣେ ରୋଗୀ ଆଳି ଅଞ୍ଚଳରେ ଚିହ୍ନଟ ହୋଇଥିଲେ । କେନ୍ଦ୍ରାପଡ଼ାର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
୧-ନିଜ ଜନ୍ମଦିନରେ ପିଏମ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କଲେ ୯ ବର୍ଷର ଛାତ୍ର ଠାକୁର ରାଜବୀର। ୨-ସୁରଟରେ ଓଡ଼ିଆ ଶ୍ରମିକ ଓପାସ, ମାନିଲେ ନାହିଁ ଲକଡାଉନ୍,ରାସ୍ତାକୁ ଓହ୍ଲାଇଲେ, ଜାଳିଲେ। ୩-ଭଗବତୀ ଓ ସାରଳା ପୀଠରେ ଲାଗୁହେଲା ୧୪୪ ଧାରା। ୪-ପୁରୀ ବଡଦାଣ୍ଡ ହେଲା ସାନିଟାଇଜ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ହେଲା ସାନିଟାଇଜ। ୫-ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବଢାଇଲେ Lockdown ଅବଧି, ଏପ୍ରିଲ ୩୦ ପର୍ଯ୍ୟନ୍ତ […]
ବାସ୍ତବ ବ୍ୟୁରୋ- ଆଜିଠାରୁ ଭୁବନେଶ୍ୱରର ୫ଟି ସ୍କୁଲରେ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ଏହି ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲି ହାଇସ୍କୁଲ । ସ୍କୁଲରେ ୨ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ୱାଚମ୍ୟାନ୍ ରହିବେ । ୧୭ତାରିଖ ଯାଏଁ […]
ବାସ୍ତବ ବ୍ୟୁରୋ-ସାରା ଦେଶରେ୨୧ଦିନିଆ ଲକଡାଉନ୍ ଲକଡାଉନର ଅବଧିକୁ ବଢାଇବା ସମ୍ପର୍କରେ ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଦିନ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଭିଡିଓ କନଫରେନସରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖାବରଣ ପରିଧାନ କରିଥିବାର ଦେଖାଯାଇଛି। ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାସ୍କ ବା ମୁଖାବରଣ ପରିଧାନ କରିଛନ୍ତି। ସମଗ୍ର ଭାରତରେ ଲକଡାଉନର […]
୧-ଓଡିଶା ସରକାରଙ୍କ ରାସ୍ତାରେ ପଞ୍ଜାବ । ମେ’ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିଷ୍ପତି, ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ତାଲାବନ୍ଦ ଅବଧି ବଢ଼ାଇଲା ପଞ୍ଜାବ । ୨-ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଛଡା ଅନ୍ୟ କୌଣସି ଲୋକ ଗାଡି ନେଇ ବାହରେ ବୁଲି ପାରିବେନି। ୩-ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆଜି। ତାଲାବନ୍ଦ ଅବଧି […]
ବାସ୍ତବ ବ୍ୟୁରୋ-ସାବଧାନ! ଏବେ ଅନ୍ତର୍ଜାତୀୟ ସାଇବର ଅପରାଧୀ ଗ୍ୟାଙ୍ଗ୍ କୋଭିଡ୍-୧୯ ମହାମାରୀ ନାଁରେ ସାଧାରଣଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ଏଭଳି ଫେକ୍ ଇ-ମେଲ ପଠାଉଥିବା ଓଡ଼ିଶା କ୍ରାଇମବ୍ରାଞ୍ଚର ନଜରକୁ ଆସିଛି। ଇ-ମେଲ୍ର ଲିଙ୍କ୍ ଖୋଲିବା ମାତ୍ରକେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀ ଅନଲାଇନରେ ଚୋରି କରିନେଉଛନ୍ତି। ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି, ଗଲା ଜାନୁଆରିରୁ ଆଜି ସୁଦ୍ଧା ଦେଶରେ କୋଭିଡ୍-୧୯ […]
ବାସ୍ତବ ବ୍ୟୁରୋ- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବଢୁଥିବା ବେଲେ,ଏକ ଭଲ ଖବର ସାମନ୍ନାକୁ ଆସିଛି । ୧୦କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କର ନମୁନା ରିପୋର୍ଟ ନେଗଟିଭ୍ ଆସିଛି । ୧୦ଜଣଙ୍କ ମଧ୍ୟରେ ୫ଜଣ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ଭଦ୍ରକର ଅଛନ୍ତି । ସେହିପରି ଜଣେ କଟକ, ଭଦ୍ରକ , ଯାଜପୁର ଓ ପୁରୀର ଆକ୍ରାନ୍ତ ଥିବା କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ସୁସ୍ଥ ହୋଇଥିବା ନେଇ […]
ବାସ୍ତବ ବ୍ୟୁରୋ-ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶକ୍ତି ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ଏବେ ସମ୍ମୁଖୀନ ହୋଇଛି । ଏହି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଏକାନ୍ତ ଆବଶ୍ୟକ । ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଜନସାଧାରଣଙ୍କ ନିମନ୍ତେ, ବିଭିନ୍ନ ବ୍ୟବସ୍ଥା କରିଅଛି । ଦେଶରେ ଏଲପିଜି ବ୍ୟତିର ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍ ହୋଇଛି […]
ବାସ୍ତବ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଭୁଲ ତଥ୍ୟ ଦେଇଥିବାରୁ, ଏ ସଂପର୍କରେ ବିଭିନ୍ନ ମହଲରୁ ଆପତ୍ତି ଉଠିବା ପରେ ସଂଗଠନ ନିଜର ଭୁଲ ସ୍ୱୀକାର କରିଛି । ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନିଜର କରୋନା ସ୍ଥିତି ରିପୋର୍ଟରେ ଦର୍ଶାଇଥିଲା । ଏପରିକି ଚୀନରେ କ୍ଲଷ୍ଟର ସଂକ୍ରମଣ କଥା କୁହାଯାଇଥିଲା ।ଗୋଷ୍ଠୀ ସଂକ୍ରମଣ ସ୍ଥାନରେ କ୍ଲଷ୍ଟର ସଂକ୍ରମଣ ବୋଲି ଦର୍ଶାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ […]
ବ୍ୟାସଙ୍କ ଉପଦେଶ ଅନୁସାରେ ପରୀକ୍ଷିତଙ୍କୁ ସିଂହାସନରେ ଅଧିଷ୍ଠିତ କରି ପାଣ୍ଡବମାନେ ଦ୍ରୌପଦୀଙ୍କସହ ସେମାନଙ୍କ ଅନ୍ତିମ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ Ι ପ୍ରଜାମାନଙ୍କ ନିକଟରୁ ବିଦାୟ ନେଇ ସାରା ଭାରତ ବର୍ଷର ପ୍ରମୁଖ ତୀର୍ଥ ସ୍ଥଳମାନ ଭ୍ରମଣ କରିବା ପରେ ସେମାନେ ଗୟାରେ ପହଞ୍ଚି ପିଣ୍ଡଦାନ କଲେ Ι ସେଠାରୁ ତ୍ରିବେଣୀ ଯାଇ ସ୍ନାନ କଲେ Ι ସର୍ବ ଶେଷରେ ସେମାନେ ଉତ୍ତରଦିଗକୁ ଯାତ୍ରା କରି ହିମବନ୍ତ ପର୍ବତରେ ପହଞ୍ଚିଲେ […]