୧. ପରିବାରଠୁ ଅଧିକ ଆପଣାର କେହି ନୁହଁନ୍ତି। ୨. ଆଜି ଆମେରିକା ଆଉ ଅଗ୍ରଣୀ ଦେଶ ହୋଇ ରହିନାହିଁ। ୩. ଚୀନ୍ କଦାପି ବିଶ୍ଵ-କଲ୍ୟାଣ ଚିନ୍ତା କରି ପାରେନା। ୪. ୟୁରୋପୀୟ ମାନେ ସେତେ ଶିକ୍ଷିତ ନୁହଁନ୍ତି, ଯେତେ ଆମେ ଭାବୁଛୁ। ୫. ଆମେ ଆମ ଛୁଟି ୟୁରୋପ ବା ଆମେରିକା ନଯାଇ ମଧ୍ୟ ଅତିବାହିତ କରିପାରିବା। ୬. ଭାରତୀୟ ମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ବିଶ୍ଵର ଅନ୍ୟ ଲୋକମାନଙ୍କ […]

ବାସ୍ତବ ବ୍ୟୁରୋ-କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଯଥାସମ୍ଭବ ସବୁ ପ୍ରାୟଶଃ କରୁଛନ୍ତି, ତେବେ ତାଲାବନ୍ଦ ସମୟରେ ଲୋକମାନେ କଭଳି ଡାକ୍ତରୀ ସେବା ଘରେ ପାଇପାରିବେ ସେନେଇ ସରକାର ଆଣିଛନ୍ତି ଏକ ସ୍ୱତନ୍ତ୍ର ବ୍ୟବସ୍ଥା । ଲୋକଙ୍କୁ ଫୋନରେ ମିଳିବ ଡାକ୍ତରୀ ସେବା । ରାଜ୍ୟ ସରକାର ଜାରି କରିଥିବା ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର-୧୪୪୧୦କୁ କଲ୍ କରି ଘରେ ବସି ପାଇପାରିବେ ସେବା । ଆସନ୍ତାକାଲି (ବୁଧବାର) ଠାରୁ […]

କେନ୍ଦ୍ରାପଡ଼ା ଆଳି ଥାନା ଠାରୁ 2-3 କିଲୋମିଟର ଦୂର ଗୋଟିଏ ଗାଁର ଜଣେ ଓଡ଼ିଆ ଯୁବକ ଆବୁଧାବିରେ ପାଣିପାଇପ୍ ମିସ୍ତ୍ରୀ କାମ କରନ୍ତି ! କରୋନା ପାଇଁ ସାରା ଦେଶ ଯେତେବେଳ ଥରହର ସେ ସମୟରେ ସେ ଦୁବାଇ ବାଟ ଦେଇ ଗାଁକୁ ଫେରି ଆସିଲେ ! 22 ରେ ଆନ୍ତର୍ଜାତୀୟ ଉଡାଣ ବନ୍ଦ ର ପୂର୍ବଦିନ ଅର୍ଥାତ୍ 21 ତାରିଖରେ ଦୁବାଇରୁ ଆସି ଦିଲ୍ଲୀରେ ପହଂଚିବା ପରେ ସେଠି […]

ବାସ୍ତବ ବ୍ୟୁରୋ-ଗତକାଲି ରାତିରେ କେନ୍ଦ୍ରାପଡାର ଜଣେ ଦୁବାଇ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସେ ଗତ ମାସ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ । ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ କରୋନା […]

୧-ପାଣିପାଗ: ରାଜ୍ୟର ଅନେକ ସ୍ଥାନରେ ପାଗ ମୁଖ୍ୟତଃ ମେଘୁଆ ରହିବ।୩ଦିନ କାଳବୈଶାଖୀ ସମ୍ଭାବନା। ୨-ବରଗଡ଼: ଦନ୍ତାହାତୀ ଆକ୍ରମଣରେ ୪ ମୃତ।ମୃତକମାନଙ୍କ ମଧ୍ୟରେ ବାପା-ପୁଅ ଓ ନାତି ସାମିଲ ଅଛନ୍ତି। ୩-ଭୁବନେଶ୍ୱର:BMC ପକ୍ଷରୁ ମୋବାଇଲ୍‌ ଭ୍ୟାନ୍‌ ବ୍ୟବସ୍ଥା, ଘରେ ଘରେ ପହଁଚିବ ଗ୍ରୋସରୀ ଓ ପରିବା। ୪-ଭୁବନେଶ୍ୱରରେ ନିୟମ ଉଲଙ୍ଘନ କରିଥିବା ୮୭୪ ଓ କଟକରେ ୧୦୧୯ ଗାଡିକୁ ସିଜ୍‌ କଲା ପୋଲିସ୍‌। ୫-ମିଥ୍ୟା ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା […]

ବାସ୍ତବ ବ୍ୟୁରୋ-କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବି ବେଶ ଗୁରୁତ୍ୱପୂର୍ଣ୍ଣ । ଡାକ୍ତର, ପୋଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି । ଘରୁ ଗୋଢ କାଢି ଅସହାୟଙ୍କୁ ସହାୟତା ହେବାକୁ, ଲୋକଙ୍କୁ ସଚେତନ କରିବାକୁ ମହିଳାଙ୍କ ଅବଦାନ ବେଶ ପ୍ରଶଂସନୀୟ ବୋଲି ମିଶନଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ କହିଛନ୍ତି । ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ […]

କୁରୁକ୍ଷେତ୍ର ଯୁଦ୍ଧ ପରେ ଥରେ ପାଞ୍ଚଭାଇ ଶ୍ରୀକୃଷ୍ଣ ଠାକୁର ଙ୍କୁ ପଚାରିଲେ ?ପ୍ରଭୁ ଏ ଦ୍ବାପର ଯୁଗପରେ ଯେଉଁ କଳିଯୁଗ ଆସିବ, ସେତେବେଳେ ସମାଜର, ବ୍ୟକ୍ତି ବିଶେଷଙ୍କ ସ୍ବଭାବ କେମିତି ରହିବ ? ଭଗବାନ କୃଷ୍ଣ ପାଞ୍ଚ ଭାଇଙ୍କୁ କହିଲେ ତୁମେମାନେ କିଛି ସମୟ ପାଇଁ ବାହାରେ ବୁଲିକି ଆସ, ଯିଏ ଯାହା ଦେଖିବ, ମୋତେ ଆସି କୁହ ତା’ପରେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେବି ।ପାଞ୍ଚ ଭାଇ […]

୧-୨୪ ଘଣ୍ଟାରେ ଆଉ ୫ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା ; ମୋଟ୍‌ ୯ ନିହତ, ୩ ସହିଦ୍। ୨-ସାମାଜିକ ଦୂରତା ନମାନିଲେ ମାଡ଼ ମାରିବ ପୋଲିସ । ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ସରକାର, ଆଜିଠୁ ବାହାରେ ବୁଲୁଥିବା ଲୋକଙ୍କ ଉପରେ ରହିବ କଡା ନଜର । ୩-ଭୁବନେଶ୍ୱର:କିଣାକିଣି ପାଇଁ ବିନା ଗାଡ଼ିରେ ଯିବାକୁ ପୁଲିସ୍‌ କମିଶନରଙ୍କ କଡ଼ା ନିର୍ଦ୍ଦେଶ। ୪-ଦୋକାନୀଙ୍କ ପାଇଁ ଆଜିଠୁ କଡା ନିୟମ । […]

ବାସ୍ତବ ବ୍ୟୁରୋ-ଓଡ଼ିଶାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି। ଦିନକରେ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ୍ । ଆଜି ମଧ୍ୟାହ୍ଣରେ ଭୁବନେଶ୍ବରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ  ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।  ନୂଆ ସଂକ୍ରମିତ ୧୬ ଜଣଙ୍କ ମଧ୍ୟରେ ୧୫ ଜଣ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି […]

-ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସ୍‌ମିଟରେ ସୂଚନା -ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ହଟିବ ସଟ୍‌ଡାଉନ -ସୂର୍ଯ୍ୟନଗର କେସ୍‌ଟି କୋଲକାତାରୁ ଆସିଥିଲା, ସେହିପରି ବମିଖାଲ୍ କେସ୍‌ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି, ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ -୩ ସହରର ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ , ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍‌ଡାଉନ କରାଯାଇଥିଲା, -ସଟଡାଉନ୍ ସମୟ ସରିବା ପରେ ଅଧିକ ମାତ୍ରାରେ […]

Pin It on Pinterest