ବାସ୍ତବ ବ୍ୟୁରୋ: ଗୁଜରାଟର ଦନ୍ତା ନିକଟସ୍ତ ତ୍ରିଶୁଳିଆ ନିକଟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିବା ଫଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।  ସୂଚନାନୁଯାୟୀ, ଏକ ଘରୋଇ ବସ୍ ବଣାସକଣ୍ଠ ଅଞ୍ଚଳର କିଛି ଯାତ୍ରୀଙ୍କୁ ନେଇ ଅମ୍ବାଜୀ ମନ୍ଦିର ପରିଦର୍ଶନ ପାଇଁ ଯାଉଥିଲେ। ମାତ୍ର ଦନ୍ତା ନିକଟରେ ବସଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟିଥିବା ରାସ୍ତା ଘାଟି ଅଞ୍ଚଳର। ମାତ୍ର […]

ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାର ରେ ବରଗଡ଼ ର ପୁଣ୍ୟାତ୍ମା ବରପୁତ୍ର କର୍ମଯୋଗୀ ମହାଦେବ ଭୋଇ ଙ୍କ ୯୪ ତମ ଜୟନ୍ତୀ ପାଳିତ ହୋଇ ଯାଇଛି ।ଏହି ଅବସରରେ ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କୁ “ମହାଦେବ ଭୋଇ ସ୍ମୃତି ସମ୍ମାନ ୨୦୨୪ ” ପ୍ରଦାନ କରା ଯାଇଛି । ସ୍ମୃତି କମିଟିର ସଂଯୋଜକ ଡଃ ଡୋଲାମଣି ଶତପଥୀ […]

ବାସ୍ତବ ବ୍ୟୁରୋ: : ଲଦାଖର ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଗେଡିୟର୍ (ଡ.) ବିଡି ମିଶ୍ର (ଅବସରପ୍ରାପ୍ତ)ଙ୍କୁ ଏହି ଜିଆଇ ଟ୍ୟାଗ୍ ପ୍ରମାଣପତ୍ରି ଦେଇଥିଲେ I ଲେଫ୍ଟନାଣ୍ଟ ଗଭର୍ଣ୍ଣର ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୟନ ମନ୍ତ୍ରଣାଳୟର ଅଧିକାରୀ, କେନ୍ଦ୍ରୀୟ ପଶମ ବିକାଶ ବୋର୍ଡ ଏବଂ ସ୍ଥାନୀୟ ପ୍ରଶାସନ, କାରିଗର, ମହିଳା ନେତୃତ୍ୱାଧୀନ ସ୍ୱୟଂ […]

ହାଇକୋର୍ଟ ସମେତ ସମସ୍ତ ଆଇନ ଅଦାଲତ ମାନଙ୍କରେ ଖୁବଶୀଘ୍ର ସରକାରୀ ଓକିଲ ନିଯୁକ୍ତି ହବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ବାସ୍ତବ ବ୍ୟୁରୋ: ପ୍ରତ୍ୟେକ ସୋମବାର ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ହେଉଥିବା ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅକ୍ଟୋବର ୭ ତାରିଖ ଓ ୧୪ ତାରିଖରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି କୁହାଯାଇଛି। ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ କାର୍ଯ୍ୟ ଥିବାରୁ ଶୁଣାଣି ବନ୍ଦ ରହିବ। […]

ବାସ୍ତବ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଲାଗି ତାରିଖ  ଘୋଷଣା କଲା ସିଏଚଏସଇ । ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା।  ସୂଚନାନୁଯାୟୀ, ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ଏହାପରେ ଜାନୁଆରୀ ୨ ରୁ ୧୨ତାରିଖ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଅନ୍ୟପଟେ ଫେବୃଆରୀ ୧୫ ରୁ ମାର୍ଚ୍ଚ […]

କଟକ(ସଂଜୟ ଶତପଥୀ)୦୪/୧୦/୨୦୨୪: ସମ୍ପୂର୍ଣ୍ଣ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଗତ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ – ୨୦୨୪ କୁ ଗତିଶୀଳ କରିବା ସହ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ କରାଯାଉଛି । ବିଜେପିର ସଫଳତା ପଛରେ ଅଧିବକ୍ତାଙ୍କ ଅନେକ ବଡ ଭୂମିକା ରହିଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ […]

ବାସ୍ତବବ୍ୟୁରୋ(କଟକ): ଅକ୍ଟୋବର ଦୁଇ ତାରିଖରେ ଭାଜପା ର ସେବା ପକ୍ଷ ସମାରୋପ ଦିବସ ଅବସରରେ ତେଲେଙ୍ଗା ବଜାର ସ୍ଥିତ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଭାଜପା ବାରବାଟି କଟକ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ମାନେ ନଗର ସଭାପତି ଲଲାଟେନ୍ଦୁ ବଡୁ ଙ୍କ ନେତୃତ୍ୱରେ ସ୍ଵଛ ଭାରତ ଓ ନିଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ତୁଳସୀପୁର ତଅଁଳା ସାହି ରେ ଆୟୋଜନକରିଥିଲେ। ସ୍ଵଛ ଭାରତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଦୀପ ସ୍ୱାଇଁ,ସଂଯୋଜକ କାମାକ୍ଷା […]

ବାସ୍ତବ ବ୍ୟୁରୋ: ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। କ୍ରମଶଃ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ। ଲଘୁଚାପ କ୍ଷେତ୍ର ଆସନ୍ତା ୪ ତାରିଖ ପାଖାପାଖି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ […]

ସଂଜୟ ଶତପଥୀ(କଟକ): ଭାଜପା କଟକ ନଗର ଶିକ୍ଷକ ପ୍ରକୋଷ୍ଠ ତରଫରୁ ବାଖରାବାଦ ସ୍ଥିତ ଗାନ୍ଧି ଭବନରେ ଆର ବାଲ ସୁବ୍ରମଣ୍ୟମଙ୍କ ଲିଖିତ Power within the leadership legacy of Narendra Modi ପୁସ୍ତକ ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଥିଲା।କଟକ ନଗର ସଂଯୋଜିକା ଶ୍ରୀମତୀ ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ମୁଖ୍ୟ ବକ୍ତା ରୂପେ ରାଜ୍ୟ ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇ ପୁସ୍ତକ […]

Pin It on Pinterest