ସଂଜୟ ଶତପଥୀ(କଟକ): ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କଟକ ସହରର ୪୦ଟି ପୂଜା ମଣ୍ଡପ ଦର୍ଶନ କରିଥିଲେ। ପ୍ରଥମେ ପ୍ରତାପ ନଗରୀ ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀ ପହଂଚିଥିଲେ। ସେଠାରେ କଟକ ନଗର ବିଜେପି ନେତୃବୃନ୍ଦ ତଥା ପୂଜା କମିଟି କାର୍ଯ୍ୟକର୍ତ୍ତା ମାନେ ପାଛୋଟି ନେଇଥିଲେ।ପରେ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଭିନ୍ନ ମଣ୍ଡପ ବୁଲି ମା ଙ୍କୁ ପୂଜା ଆରାଧନା, ଆଳତି ଆଦି […]

ବାସ୍ତବ ବ୍ୟୁରୋ: ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟ୍ରର ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ତାରିଖରେ ଟାଟା ଟ୍ରଷ୍ଟକୁ  ନୂତନ ଅଧ୍ୟକ୍ଷ ମିଳିଯାଇଛି। ଟ୍ରଷ୍ଟ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟାଙ୍କୁ ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି।  ସୂଚନା ଅନୁସାରେ, ଟାଟା ଗ୍ରୁପର ମାଲିକ ଦିବଂଗତ ରତନ ନବଲ ଟାଟା ଦୀର୍ଘ ଦିନ ପର୍ଯ୍ୟନ୍ତ […]

ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ବଡ଼ ଘୋଷଣା। ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାବ ପରେ ଏହି ଘୋଷଣା କରାଯାଇଛି। ବିଜେପି ସରକାର ପ୍ରଥମ ଥର କ୍ଷମତାକୁ ଆସିବା ପରେ ପୂଜା ମଣ୍ଡପମାନଙ୍କୁ ଦେଇଛନ୍ତି ପୂଜା ଭେଟି […]

ବାସ୍ତବ ବ୍ୟୁରୋ: ୨୦୨୪ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ ଆସେମ୍ବଲିରେ ଘୋଷଣା କରାଯାଇଛି।  ସୂଚନାଯୋଗ୍ୟ, ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି […]

ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ଏହି ଘୋଷଣା କରି ନୋବେଲ ଆସେମ୍ବଲି କହିଛି ଯେ, “ହାନ୍ କାଙ୍ଗଙ୍କୁ ତାଙ୍କ ଗହନ କାବ୍ୟାତ୍ମକ ଗଦ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଉଛି। ତାଙ୍କ ଗଦ୍ୟ ମାନବ ଜୀବନର […]

ବାସ୍ତବ ବ୍ୟୁରୋ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ରାତିରେ ଦେହାନ୍ତ ହୋଇଯାଇଛି। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭାରତୀୟ ଶିଳ୍ପ ଜଗତରେ ଘଟିଛି ଅପୂରଣୀୟ କ୍ଷତି। ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକର ଛାୟା। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ […]

ବରଗଡ଼(ନବୀନ କୁମାର ଦାଶ):ପ୍ରତି ବର୍ଷ ଭଳି ଚଳିତ ବର୍ଷ ନବଦିନାତ୍ମକ ମୃଣ୍ମୟୀ ଦେବୀ ଙ୍କ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ବିଶାଳ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଦେବୀ ପୀଠ ମାନଙ୍କ ରେ ତଥା ଦୁର୍ଗା ମନ୍ଦିର ପୀଠ ରେ ଅଷ୍ଟମୀ ବିହିତ ପୂଜା ସହ ମାଁଙ୍କ “ମହାଗୌରୀ”ବେଶ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବେଶ୍ ଆକର୍ଷିତ କରିଛି। ଦୁର୍ଗା ମନ୍ଦିର ତଥା ଥାନା ସାମ୍ନା ମେଢ଼ ମୃଣ୍ମୟୀ […]

ବାସ୍ତବ ବ୍ୟୁରୋ: ଆଜି ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ। ଲୋକସେବା ଭବନ ସେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବା ପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଗୁରୁ […]

ବାସ୍ତବ ବ୍ୟୁରୋ: ୨୦୨୪ ବର୍ଷ ପାଇଁ ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର । ପଦାର୍ଥ ବିଜ୍ଞାନୀ ଜନ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିନଟନଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିବ। ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ। ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି। […]

ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ପାଇଁ ଆଜି ମେଡିସିନ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ନୋବେଲ ଦିଆଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ। ଉଭୟଙ୍କୁ ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ।  ପୁରଷ୍କାର ଘୋଷଣା ସମୟରେ ନୋବେଲ ଆସେମ୍ବଲି […]

Pin It on Pinterest