ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ତରଫରୁ ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ଏବେ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହା ନିର୍ମାଣ ଶ୍ରମିକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରିବ। ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ […]
ପ୍ରକଳ୍ପକୁ ସବୁ ସ୍ତରରେ ଜୋରଦାର ବିରୋଧ କରାଯିବ ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ଭୁବନେଶର(ନି.ପ୍ର)୧୦/୦୯/୨୦୨୪:ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । […]
ବାସ୍ତବ ବ୍ୟୁରୋ: ଆସନ୍ତା ୧୫ରୁ ଓଡ଼ିଶାରେ ଗଡିବ ୩ଟି ନୂଆ ବନ୍ଦେ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିମନ୍ତ୍ରଣ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବ୍ରହ୍ମପୁର ଷ୍ଟେସନଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ […]
ବରଗଡ଼:-୯.୯(ନବୀନ କୁମାର ଦାଶ)ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗି ବାହାଲ ଗ୍ରାମ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେ ଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ପଦମପୁର ର […]
ବାସ୍ତବ ବ୍ୟୁରୋ: ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ବେଳେ ଖୋଲୁନି ପୋର୍ଟାଲ। ରାଜ୍ୟରେ କେତେକ ଜାଗାରୁ ଆଜି ଏମିତି କିଛି ଅଭିଯୋଗ ଆସିଛି। ଏପିରକି ଗତ ୩ ଦିନ ଧରି ଅନଲାଇନରେ ଆବେଦନ କରିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ପୋର୍ଟାଲ ଖୋଲୁନଥିବାରୁ ଜନସେବା କେନ୍ଦ୍ର ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । କେତେବେଳେ ପୋର୍ଟାଲ ଖୋଲୁନି […]
ବାସ୍ତବ ବ୍ୟୁରୋ: ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ ସୁଜିତ କୁମାର । ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି । ନିଜର ପ୍ରତିକ୍ରିୟାରେ ସୁଜିତ କୁମାର କହିଛନ୍ତି କି ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି । ଏହାପରେ ନୂଆଦିଲ୍ଲୀ ବିଜେପି […]
ନବରଙ୍ଗପୁର(କରେଶ ଉପାଶି):- ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଶୋକ ମେହେଟା କକ୍ଷ ଠାରେ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୁଭଦ୍ରା ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କୁ ଫର୍ମ ପୁରଣ ପାଇଁ ଆଦେଶ ନାମା ଜାରି ହୋଇଛି ।ସମସ୍ତ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଫର୍ମ ଦେବାକୁ କୁହାଯାଇଛି । […]
ସଂଜୟ ଶତପଥୀ(କଟକ): ଆଜି ପବିତ୍ର ଗୁରୁ ଦିବସ ସାରା ରାଜ୍ୟ ରେ ପାଳିତ ହେଉଥିଲା ବେଳେ ଅନୁରୂପ ଢଙ୍ଗରେ କଟକ ଜିଲ୍ଲା ରେ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି। କଟକ ଜିଲ୍ଲା ର କଟକ ମହାନଗର ନିଗମ ଅନ୍ତର୍ଗତ ଓଡ଼ିଶା ପୋଲିସ୍ ହାଇସ୍କୁଲ ପରିସରରେ କଟକ ଜିଲ୍ଲା ଶିକ୍ଷା ଅଧୂକାରୀ ଡଃ ସନ୍ତୋଷ କୁମାର ରାଉତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ […]
ଭୁବନେଶ୍ୱର ୦୫/୦୯(ଗୌତମ ମିଶ୍ର ) ପଶ୍ଚିମ ଓଡିଶା ର ପାରମ୍ପରିକ ଗଣପର୍ବ ନୁଆଖାଇ ସେପ୍ଟେମ୍ବର ୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ କୃଷି ଭିତ୍ତିକ ପର୍ବ ସମସ୍ତ ପଶ୍ଚିମ ଓଡିଶା ଲୋକେ ଏହି ପର୍ବ ରେ ନିଜକୁ ସାମିଲ କରିଥାନ୍ତି। ଧାନ ଅମଳର ଖୁସିରେ ଏହି ଉତ୍ସବ ପାଳନ କରାଯାଇଥାଏ। ସମସ୍ତେ ନିଜ ନିଜ ଘରେ ପିଠା ପଣା ନାଚ ଗୀତ ରେ ମସଗୁଲ ହୋଇ ଏହି ଉତ୍ସବ […]
ସଂଜୟ ଶତପଥୀ(କଟକ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ” ଦେବକୀ ଯଶୋଦା ମାତୃକୃପା ସାହିତ୍ୟ ସମ୍ମିଳନୀ ୨୦୨୪ ” ଶ୍ରୀ ରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହା ସାହିତ୍ୟ ସଂସଦର ୫୪ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ବେଦ ପଠନ କରାଯାଇଥିଲା ।କୃଷ୍ଣ ଭକ୍ତି ଶୀର୍ଷକ ଭଜନ […]


