ବାସ୍ତବ ବ୍ୟୁରୋ : ଆଜି(ମଙ୍ଗଳବାର) iQoo ଏହାର ନୂତନ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iQoo-୧୧ 5G ଭାରତରେ ଲଞ୍ଚ କରିଛି | କମ୍ପାନୀ ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ପ୍ରୋସେସର ଏବଂ ଭିଭୋ ଭି ୨ ଇମେଜିଙ୍ଗ ଚିପ ଦେଇଛି | ଏଥିରେ ୬.୭୮ ଇଞ୍ଚର 2K ଏମୋଲେଡ଼ ଡିସପ୍ଲେ ଅଛି | ଏହା ୧୨୦W ଫ୍ଲାସଚାର୍ଜ ଫାଷ୍ଟ ଚାର୍ଜିଂ ସହ ଏଥିରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି |
iQoo 11 5G: ଭାରତରେ ମୂଲ୍ୟ
୨ ବିକଳ୍ପରେ iQoo 11 5G ଉପଲବ୍ଧ | ଏହାର 8GB RAM ଏବଂ 256GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୫୯,୯୯୯ ଟଙ୍କା | ଏହା ସହିତ 16GB RAM ଏବଂ 256GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୬୪,୯୯୯ ଟଙ୍କା ରଖାଯାଇଛି | ଏହି ଫୋନ ଜାନୁଆରୀ ୧୨ ରେ ଭାରତରେ ଆମାଜନ ପ୍ରାଇମ ସଦସ୍ୟଙ୍କ ପାଇଁ ବିକ୍ରିରେ ଉପଲବ୍ଧ ହେବ | ଏହା ପରେ, ଜାନୁଆରୀ ୧୩ ରେ ମଧ୍ୟାହ୍ନ ୧୨ ଟାରୁ ଏହି ଫୋନ୍ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ |
ଆଗ୍ରହୀ କ୍ରେତାମାନେ ଆଇସିଆଇସିଆଇ ବ୍ୟାଙ୍କ ଏବଂ HDFC ବ୍ୟାଙ୍କ କାର୍ଡ ବ୍ୟବହାର କରି ୫୦୦୦ ଟଙ୍କା ରିହାତି ପାଇପାରିବେ। ଏହା ବ୍ୟତୀତ ଏହି ଡିଲରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ ଅଫର ରିହାତି ମଧ୍ୟ ଦିଆଯାଉଛି।