ଦୁର୍ଘଟଣାର ଶିକାର ହେଲେ ‘ଦ କେରଳ ଷ୍ଟୋରୀ’ର ଅଭିନେତ୍ରୀ ଅଦା ଶର୍ମା…

 ବାସ୍ତବ ବ୍ୟୁରୋ: ଦ କେରଳ ଷ୍ଟୋରୀର ଅଭିନେତ୍ରୀ ଅଦା ଶର୍ମା ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଅଦା ଶର୍ମା ନିଜେ ଟ୍ୱିଟ କରି ନିଜ ସ୍ୱାସ୍ଥ୍ୟବସ୍ଥାର ଅପଡେଟ ଦେଇଥିଲେ । ସେ ସୁସ୍ଥ ଥିବା କଥା ଜାଣିବା ପରେ ଫ୍ୟାନମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।

ଅଦା ଶର୍ମା ଟ୍ୱିଟ କରି କହିଥିଲେ କି ସେ ଏବେ ପୂରା ସୁସ୍ଥ ଅଛନ୍ତି ତାଙ୍କ ସହ କୌଣସି ବଡ ଦୁର୍ଘଟଣା ହୋଇନାହିଁ । “ମୋତେ ବହୁତ ସାରା ମେସେଜ ମିଳୁଛି କାରଣ ଆମ ଦୁର୍ଘଟଣାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୁଁ ଆଉ ଆମ ଟିମ ପୂରା ସୁସ୍ଥ ଅଛୁ । ଆମ ବିଷୟରେ ଚିନ୍ତା କରିଥିବାରୁ ଧନ୍ୟବାଦ ।”

କେରଳ ଷ୍ଟୋରୀକୁ ନେଇ ଚାଲୁଥିବା ବିବାଦ ଭିତରେ ଅଦା ଶର୍ମାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । କୁହାଯାଉଛି ଯେ ଏହି ଫିଲ୍ମ ମୁସଲି ସମ୍ପ୍ରଦାୟ ବିରୋଧରେ ଘୃଣା ସୃଷ୍ଟି କରୁଛି ।

ସେୟାର କରନ୍ତୁ

Next Post

୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

Tue May 16 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଫଳ ତାରିଖ ଘୋଷଣା ହୋଇଛି।  କଟକ ବୋର୍ଡ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ଗୁରୁବାର ସକାଳ ୧୦ଟା ବେଳେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ମାଟ୍ରିକ୍ […]

You May Like

Pin It on Pinterest