ଦୁର୍ଘଟଣାର ଶିକାର ହେଲେ କିଙ୍ଗ ଖାନ୍…

ବାସ୍ତବ ବ୍ୟୁରୋ: ଦୁର୍ଘଟଣାର ଶିକାର ହେଲେ କିଙ୍ଗ ଖାନ୍ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ଯେଉଁ କାରଣରୁ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରୁ ପ୍ରବଳ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ଅସ୍ତ୍ରୋପଚାର ପରେ ଶାହରୁଖଙ୍କ ନାକରେ ବ୍ୟାଣ୍ଡେଣ୍ଡ୍ ଲଗାଯାଇଥିଲା ।

ନାକରେ ଆଘାତ ଲାଗିବାରୁ ଶୁଟିଂ ଅଧାରୁ ବନ୍ଦ ହୋଇଥିବା ବେଳେ ଶାହରୁଖ ଭାରତ ଫେରି ଆସିଥିବା ସୂଚନା ରହିଛି । ସେପଟେ ଆହତ ଯୋଗୁଁ ଶାହରୁଖ କିଛି ଦିନ ପାଇଁ ଫିଲ୍ମ ଶୁଟିଂରୁ ଦୂରେଇ ରହିପାରନ୍ତି । ନିକଟରେ ଶାହରୁଖଙ୍କ ଫିଲ୍ମ ପଠାନ ବକ୍ସ ଅଫିସରେ ଧମାକା କରିଥିଲେ । ବକ୍ସ ଅଫିସରେ ଏହି ଫିଲ୍ମ ହଜାରେ କୋଟିରୁ ଅଧିକ ବ୍ୟବସାୟ କରିଥିବା ଜଣାପଡ଼ିଛି । ତାଙ୍କର ଆଗାମୀ ଫିଲ୍ମ ଜୱାନ ଚଳିତ ବର୍ଷ ରିଲିଜ୍ ହେବ ।

ସେୟାର କରନ୍ତୁ

Next Post

ଭଙ୍ଗା ଦଦରା ବେରି କେଟ୍ ନେଲା ଜୀବନ" ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ଆଉ ଏକ ମୁଣ୍ଡ ଗଡିଲା...

Tue Jul 4 , 2023
ବରଗଡ(ନବୀନ ଦାଶ): ବରଗଡ଼ ଜିଲ୍ଲା ଅତାବିରା ମଧ୍ୟଦେଇ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ଲୁହୁରା ଚଟି-ସମ୍ବଲପୁର ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ରାଜରାସ୍ତାରେ ନିଇତି ଛୋଟ ବଡ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ଘଟି ମୁଣ୍ଡ ପରେ ମୁଣ୍ଡ ଗଡି ମୂଲ୍ୟବାନ ଜନ ଜୀବନ ନଷ୍ଟ ହେବାରେ ଲାଗିଛି।ଏହି ରାସ୍ତା ଟି ବ୍ୟସ୍ତ ବହୁଳ ହେବା ସହ ଟ୍ରାଫିକ […]

You May Like

Pin It on Pinterest