ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି କାର୍ତ୍ତିକ ଆରୟାନ ଓ କ୍ରିତି ସାନନ୍ ଷ୍ଟାରର ଲୁକା ଛୁପି। ଫିଲ୍ମରେ ରହିଛି ଛୋଟ ସହରର କାହାଣୀ। କାର୍ତ୍ତିକ ଓ କ୍ରିତି ଲିଭ ଇନରେ ରହିବାକୁ ଚାହୁଁଛନ୍ତି। ମାତ୍ର ଛୋଟ ସହରରେ ଅବିବାହିତ ଯୁବକଯୁବତୀଙ୍କୁ ଘର ଭଡା ମିଳିବାରେ ଅସୁବିଧା ହେଉଛି ।ସେଥିଲାଗି ବିବାହ କରିଥିବା ନେଇ ମିଛ କହୁଛନ୍ତି ଉଭୟେ । ଏହାପରେ ସେମାନେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦେଖିବାକୁ ମିଳିବ ଫିଲ୍ମରେ । ଫିଲ୍ମରେ ରହିଛି ଭରପୂର କମେଡି। ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର।
ଲୁକା ଛୁପିକୁ ଟକ୍କର ଦେଉଛି ସିରିୟସ୍ ଡ୍ରାମା ସୋନ ଚିଡିୟା। ଡାକୁ ମାନସିଂହ ଗ୍ୟାଙ୍ଗର କାହାଣୀ ଦେଖିବାକୁ ମିଳିବ ଫିଲ୍ମରେ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନେକର ଓ ରଣବୀର ସୌରୀ। ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଚୌବେ । ବିଶାଲ ଭରଦ୍ୱାଜ ମ୍ୟୁଜିକ ଦେଇଥିବାବେଳେ ପ୍ରଯୋଜନା କରୁଛନ୍ତି ରୋନି ସ୍କ୍ରୁବାଲା।
Next Post
ଚଳିତ ଶିବରାତ୍ରୀ ବହୁ ଶୁଭମୟ, ଦୂରକରିବ ଆପଣଙ୍କ ସମସ୍ତ ସମସ୍ୟା ସହ ଫେରିପାଇବେ ସମସ୍ତ ସୁଖ ଓ ସମୃଦ୍ଧି !
Sat Mar 2 , 2019
ଆସୁଛି ଶିବ ରାତ୍ରୀ , ଯେଉଁ ରାତ୍ରୀକୁ ଚାତକ ପରି ଚାହିଁ ରହିଥାନ୍ତି ସମସ୍ତ ଶୈବ ଭକ୍ତ । ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଓ ନିଜର ମନସ୍କାମନା ପୂରଣ କରିବା ନିମନ୍ତେ ସାରା ଦିନ ଉପବାସ କରି ରାତି ଅନିଦ୍ରା ହୋଇ ଜାଗର ଜାଳିଥାନ୍ତି ଭକ୍ତ ମାନେ । ହେଲେ ସବୁଠୁ ବଡ଼ କଥା ହେଉଛି ଚଳିତ ବର୍ଷ ଜାଗର ସେମବାର ପଡୁଥିବାବେଳେ ବହୁ ଦୁର୍ଲଭ ମହାସଂଯୋଗ […]

You May Like
-
2 years ago
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ
-
6 years ago
ଅଲବିଦା ଖୟାମ….
-
3 years ago
ଭାରତରେ ନୋକିଆ ଲଞ୍ଚ କଲା ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍…
-
4 years ago
ଆଜିର ଖାସ୍ ଖବର
-
5 years ago
ସୁଶାନ୍ତ ସିଂ ମୃତ୍ୟୁ ମାମଲା ତଦନ୍ତ କରିବ ସିବିଆଇ…


