ଆଜିର ରାଶିଫଳ

ବାସ୍ତବ ବ୍ୟୁରୋ:

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ ପାଇବାକୁ ଥିବା ଜିନିଷଟି ନ ପାଇ ନିରାଶ ହୋଇପାରନ୍ତି। ପରିବାରରେ ଶାନ୍ତି ଫେରି ଆସିବା ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। କଚେରି ମାମଲାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ବୃଷ: କୌଣସି କାମ କରିବା ପାଇଁ ଇଛା ହେବନାହିଁ। ହାତରେ ଗୁରୁ ଦାୟିତ୍ୱ ଥିଲେ ମଧ୍ୟ ଅପୂର୍ଣ୍ଣତା ହେତୁ ବ୍ୟସ୍ତତା ବଢିଯିବ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, କଳା, କ୍ରୀଡା, ସଙ୍ଗୀତକ୍ଷେତ୍ର ମନ୍ଦ ହେବନି। ଅପବ୍ୟୟ, ଅତୀତ ଚିନ୍ତା, କାର୍ଯ୍ୟହାନୀ, ବ୍ୟବସାୟିକ ବିଫଳତା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ। କୈାଣସି କ୍ଷେତ୍ରରେ ପ୍ରତିବାଦ କଲେ ଟେନ୍ସନ୍‌କୁ ନିମନ୍ତ୍ରଣ କରିବେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୯।

ମିଥୁନ: ବନ୍ଧୁଙ୍କ ସହାୟତାରେ ଆଜି ଦିନଟିରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ନୂଆ କାମର ଶୁଭାରମ୍ଭ କରିପାରନ୍ତି। ଅଫିସ କାମରେ ଅଧିକ ସମୟ ଦେବେ। ସକାଳୁ ସକାଳୁ କିଛି ଅପେକ୍ଷା କରି ରହିଥିବା ଖବର ପାଇ ସାମୟିକ ଖୁସୀ ହୋଇଯିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

କର୍କଟ: ସାରାଦିନ କାମ କରିବାକୁ ଶକ୍ତି ମିଳିବ। ଘର ଓ ଅଫିସରେ ଖୁସିର ବାତାବରଣ ରହିବ। ବ୍ୟବସାୟ କାମରେ ଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁମାନେ ଫାଇଦା ହାସଲ ପାଇଁ ଚେଷ୍ଟା କରିପାରନ୍ତି। ପରିବହନ, ପ୍ରଶାସନ, ଜମିଜମା, ଗୃହନିର୍ମାଣ, କଳା, କ୍ରୀଡାରୁ ସମ୍ମାନ ଓ ପ୍ରଶଂସା ଉଣା ହେବନାହିଁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ସି˚ହ: ପରିବାରରେ ସ୍ତ୍ରୀ ଏବଂ ବାଣିଜ୍ୟ, ବ୍ୟବସାୟରେ ସମସ୍ୟା ସୃଷ୍ଟି ହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ସହକର୍ମୀଙ୍କ ମଧ୍ୟସ୍ଥତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୩।

କନ୍ୟା: ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କାମରେ ଯାତ୍ରା ପାଇଁ ଅନୁକୂଳ। ପାରିବାରିିକ ପ୍ରତିରୋଧ ହେତୁ ଅଟକି ରହିଥିବା କାମ ଗୁଡିକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ସାମିକ ମନ ଖୁସୀ ରହିବ। ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱରା କଳା, ସଙ୍ଗୀତ, ଚଳଚ୍ଚିତ୍ର, ଆନୁଷ୍ଠାନିକ ଓ ପ୍ରଶାସନିକ ସ୍ତରର ସମସ୍ୟା ସମାଧାନ ହୋଇପାରିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨।

ତୁଳା: କୌଣସି କାମରେ ଅଧିକ ସମୟ ଲାଗିପାରେ। ଆପଣଙ୍କର ଟଙ୍କାପଇସା କେଉଁଠି ଅଟକିପାରେ। ପତ୍ନୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ। ପଦସ୍ଥବ୍ୟଚ୍ଛିଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ଶିଳ୍ପ,ବାଣିଜ୍ୟ ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୩।

ବିଛା: ଯାତ୍ରା ଲାଗି ଦିନଟି ଅନୁକୂଳ। ଅଧୁରା ଥିବା କାମ ଯଥା ସମୟରେ କରିନେବେ। ବ୍ୟବସାୟରେ କୌଣସି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ଜନିତ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ହୁଏତ ହୋଇ ନ ପାରେ । ଅଧ୍ୟୟନ, ଅଧ୍ୟାପନା ସଙ୍ଗକୁ ଜଳ, ତୈଳ, ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ଧନୁ: ଅର୍ଥଲାଭ,ସଦ୍‌ଭାବନା ସହ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ। ପ୍ରଶାସନ,ଏଜେନ୍ସିପ୍‌, ଶିଳ୍ପ, ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହିଁ। ସଭାସମିତିରେ ବନ୍ଧୁମାନଙ୍କର କଟୁକ୍ତି ଶୁଣି ମନ ଦୁଃଖ କରିପାରନ୍ତି। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା:୧।

ମକର: ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ହଠାତ୍‌ ଯାତ୍ରା କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ବଦାନ୍ୟତାରୁ କାର୍ଯ୍ୟ ସାଧନ କରି ପ୍ରଶଂସିତ ହେବେ। ଆଲୋଚନାର ଶେଷ ପର୍ଯ୍ୟାୟରେ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇ ପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

କୁମ୍ଭ: ଅଫିସରେ ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଆର୍ଥିକ ଅନଟନ କାମକୁ ସ୍ଥଗିତ ରଖିବାର ବହୁତ ସମ୍ବାବନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। କିନ୍ତୁ ଆପଣ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

ମୀନ: ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଃଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟରେ ସଫଳତା ହାସଲ କରିପାରିବେ। ଯାତ୍ରା ସମୟରେ ଯାନ ବାହାନରେ ସତର୍କ ରୁହନ୍ତୁ। ଶୁଭରଙ୍ଗ: ଆକାଶୀ ନୀଳ। ଶୁଭସ˚ଖ୍ୟା: ୭।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିଆଜ- ୭୦କୁ ରସୁଣ- ୨୦୦ ଓ ଅଦା- ୧୫୦ଟଙ୍କା...ବଢି ଚାଲିଛି ପରିବା ଦର

Tue Nov 5 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) : ସମ୍ଭାବ୍ୟ ବାତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଛି । ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନଥିବା ବେଳେ ଲୋକେ କିନ୍ତୁ ଆଗୁଆ ପରିବା କିଣି ଗଚ୍ଛିତ ରଖୁଥିବା ବେଳେ ବେପାରୀ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି । ଯାହା ଫଳରେ ପରିବା ବଜାରରେ ଦର ଆକାଶ ଛୁଆଁ ହୋଇଛି । ବଜାରରେ ପିଆଜ- ୭୦, ଆଳୁ-୨୪, […]

You May Like

Pin It on Pinterest