ରକ୍ଷା ବନ୍ଧନରେ ସିନ୍ଦୁର ଓ ଚନ୍ଦନ ତିଳକ ଲଗାଯାଏ କାହିଁକି?

ରକ୍ଷାବନ୍ଧନ ଦିନ କପାଳରେ ତିଳକ ଲଗାଇବାର ଦ୍ୱାରା କି ଲାଭ ମିଳେ ଆସନ୍ତୁ ଜାଣିବା | ରକ୍ଷାବନ୍ଧନ ହେଉ କିମ୍ବା ଅନ୍ୟ କୌଣସି ପର୍ବପର୍ବାଣି ହେଉ ତିଳକ ଲଗାଇବାର ପରମ୍ପରା ଆମର ଭାରତ ବର୍ଷରେ ବହୁତ ପୁରୁଣା | ଆଧୁନିକତା ଯୋଗୁଁ କମ ଲୋକ କପାଳରେ ତିଳକ ଲଗାଇବାକୁ ପସନ୍ଦ କରୁଛନ୍ତି|ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ବର୍ଷ ବର୍ଷରୁ ଚାଲିଆସୁଥିବା ଏହି ପରମ୍ପରା ଆପଣଙ୍କ ଶରୀର ପାଇଁ କେତେ ଲାଭଦାୟକ |


୧.ସାଧାରଣତଃ ଚନ୍ଦନ,କୁଙ୍କୁମ,ମାଟି,ହଳଦୀ,ଭସ୍ମ ଆଦିର ତିଳକ କରାଯାଏ| କୁହାଯାଏ କି ଯେଉଁମାନେ ତିଳକ ଲଗାଇବାକୁ ପସନ୍ଦ କରନ୍ତିନାହିଁ ସେମାନେ କପାଳରେ ଜଳର ତିଳକ କରି ଲାଭ ପାଇ ପାରିବେ|୨.କପାଳରେ ତିଳକ ଲଗାଇବା ଦ୍ୱାରା ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହୋଇଥାଏ|ମନୋବୈଜ୍ଞାନିକଙ୍କ ମତରେ ମଥାରେ ତିଳକ ଲଗାଇଲେ ଏହା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସ ଏବଂ ଆତ୍ମବଳ ରେ ବୃଦ୍ଧି ହୋଇଥାଏ|୩.ଏହିପରି କୁହାଯାଏ ଯେ କପାଳରେ ନିୟମିତ ରୂପେ ତିଳକ ଲଗାଇଲେ ମସ୍ତିଷ୍କ ଥଣ୍ଡା ରହେ ଏବଂ ଶାନ୍ତି ଅନୁଭବ ହୁଏ|ତା ସହିତ ବହୁତ ମାନସିକ ରୋଗ ଠିକ ହୋଇଯାଏ| ୪.କପାଳରେ ତିଳକ ଲଗାଇବା ଦ୍ୱାରା ମସ୍ତିଷ୍କ ରେ ସେରୋଟୋନିନ ଏବଂ ବିଟା-ଏଣ୍ଡୋରଫିନ ର ସ୍ରାବ ସନ୍ତୁଳିତ ରୂପରେ ହୁଏ|ଯେଉଁଥିରେ ଚାପ ହ୍ରାସ ଦୂର କରିବାରେ ସାହାଯ୍ୟ କରେ,ତା ସହିତ ମୁଣ୍ଡବଥା ର ସମସ୍ୟା ମଧ୍ୟ ଚାଲିଯାଏ | ୫.ହଳଦୀ ମିଶା ତିଳକ ଲଗାଇବା ଦ୍ୱାରା ଚର୍ମ ଶୁଦ୍ଧ ହୁଏ|କାରଣ ହଳଦୀରେ ଆଣ୍ଟି-ବାକ୍ଟେରିଆଲ ତତ୍ୱ ଥାଏ|ଯାହା ରୋଗ ମୁକ୍ତ କରିବାରେ ସହାୟକ ହୁଏ|୬.ଆଉ ଏକ ଧାର୍ମିକ ମାନ୍ୟତା ଅଛି ଯେ ଚନ୍ଦନର ତିଳକ ଲଗାଇବା ଦ୍ୱାରା ମନ୍ୟୁଷ ର ପାପ ନାଶ ହୁଏ|ଲୋକମାନେ ବହୁତ ସଙ୍କଟ ରୁ ରକ୍ଷା ପାଆନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିଳକ ଲଗାଇବା ଦ୍ୱାରା ଗ୍ରହଶାନ୍ତି ହୁଏ|୭.କୁହାଯାଏ ଯେ ଚନ୍ଦନର ତିଳକ ଲଗାଇବା ବ୍ୟକ୍ତି ର ଘର ଅନ୍ନ-ଧନ ରେ ଭରିଯାଏ ଏବଂ ସୌଭାଗ୍ୟ ରେ ବୃଦ୍ଧି ଘଟେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣ ଜାଣନ୍ତି କି ? କେଉଁ ଲୁଣ ଶରୀର ପାଇଁ କେତେ ଉପଯୋଗୀ |

Thu Aug 15 , 2019
ଶରୀର ପାଇଁ ଲୁଣ ଲାଭଦାୟକ ଏବଂ ଜରୁରୀ ଅଟେ| ଲୁଣ ଏକ ଏପରି ପଦାର୍ଥ ଯାହା ଖାଦ୍ୟ ସନ୍ତୁଳିତ ମାତ୍ରାରେ ରହିଲେ ଖାଦ୍ୟର ସ୍ୱାଦ ବଢ଼ିଯାଇ ଥାଏ |ଏହି ଲୁଣ ଖାଦ୍ୟ ବା ଭୋଜନ ରେ କମ କିମ୍ବା ବେଶୀ ହୋଇଗଲେ ଭୋଜନ ସ୍ଵାଦହୀନ ହୋଇଯାଏ |ଶରୀର ରେ ଲୁଣ ର ମାତ୍ରା ସଠିକ ରହିବା ଉଚିତ |ଏହା ଦ୍ଵାରା ଶରୀର ଠିକ ରହେ ,ବଜାରରେ ଅନେକ ପ୍ରକାର ର […]

You May Like

Pin It on Pinterest