
ଆପଣ ଦିନରାତି ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କୁ ଚାକିରି କିମ୍ବା ବ୍ୟବସାୟରେ ଧନଲାଭ ହେଉନାହିଁ ତେବେ ଚିନ୍ତା କରନ୍ତୁ ନାହିଁ |ଏମିତି କୌଶଳ ଆପଣାନ୍ତୁ ଯେଉଁଥିରେ କି ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବା ସହ ଧନ ମଧ୍ୟ ବୃଦ୍ଧି ହେବ | ପେଙ୍ଗସୁଇ ଅନୁସାରେ ଆମେ ଆପଣଙ୍କୁ କିଛି ଉପାୟ କହୁଛୁ | ପ୍ରତି ରାଶିର ବ୍ୟକ୍ତିବିଶେଷ ଏହାକୁ ବ୍ୟବହାର କରି ଧନଲାଭ କରିପାରିବେ |

ମେଷ ରାଶି- ପେଙ୍ଗସୁଇ ଅନୁସାରେ ଘର କିମ୍ବା ଅଫିସ୍ ରେ ସୁନେଲି ରଙ୍ଗର କ୍ରିଷ୍ଟାଲ କଇଁଛ ରଖନ୍ତୁ | ଯଦି ଚାହୁଁଛନ୍ତି ତେବେ ଏହି କଇଁଛ ସହିତ ସୁନେଲି ରଙ୍ଗର ମାଛ ମଧ୍ୟ ରଖିପାରିବେ |

ବୃଷ- ଘରେ ଆକ୍ୱାରିୟମ ରଖିଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ତେଣୁ ଏହି ରାଶିର ବ୍ୟକ୍ତିମାନେ ଘରେ ଆକ୍ୱାରିୟମ ରଖିବା ଉଚି୍ତ |

ମିଥୁନ-ଘରେ ଏବଂ ବ୍ୟବସାୟରେ ଯଦି ଧନ ଲାଭ ଚାହୁଁଛନ୍ତି ତେବେ ଏହି ରାଶିର ବ୍ୟକ୍ତିବିଶେଷ ଡ୍ରଇଂ ରୁମରେ ଆକ୍ୱାରିୟମ ରଖନ୍ତୁ |

କର୍କଟ-ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ତ ଆପଣ ପୂଜାଘରେ କ୍ରିଷ୍ଟାଲ କିମ୍ବା ମାଟିର କଇଁଛ ରଖନ୍ତୁ |

ସିଂହ-ଏହି ରାଶିର ବ୍ୟକ୍ତିମାନେ ଉତ୍ତର-ପୂର୍ବ ଦିଗରେ ଆକ୍ୱାରିୟମ ରଖିଲେ ଚାକିରିରେ ଶୀଘ୍ର ପଦୋନ୍ନତି ହୋଇଥାଏ |

କନ୍ୟା-ଏହି ରାଶିର ବ୍ୟକ୍ତିମାନେ ମାଟିର କଇଁଛ ରଖିବା ଉଚି୍ତ | ଯଦି ଚାହିଁବେ ତେବେ ୬ଟି ମାଛ ଥିବା ଆକ୍ୱାରିୟମ ଘରର ମୁଖ୍ୟ ଦ୍ୱାର ପାଖରେ ରଖିଲେ ଧନଲାଭ ହୋଇଥାଏ |

ତୁଳା-ଆପଣ ଯଦି ଧନଲାଭ ଚାହୁଁଛନ୍ତି ତେବେ ଅଫିସ୍ ରେ କ୍ରିଷ୍ଟାଲ କଇଁଛ ରଖନ୍ତୁ | ତୁଳା ରାଶି ପାଇଁ ଏହା ବହୁତ ଶୁଭ ହୋଇଥାଏ |

ବିଛା-ଏହି ରାଶିର ବ୍ୟକ୍ତିବିଶେଷ ନିଜର ପୂଜାଘରେ କିମ୍ବା ଶୋଇବା ଘର ବେଡ଼୍ ର ଠିକ୍ ସାମ୍ନାରେ କ୍ରିଷ୍ଟାଲ କଇଁଛ ଅଥବା ମାଛ ରଖିବା ଦ୍ୱାର ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ |

ଧନୁ- ଏମାନେ ଘରେ ଆକ୍ୱାରିୟମ ରଖନ୍ତୁ ଏହାଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ |

ମକର-ମକର ରାଶିର ବ୍ୟକ୍ତିମାନେ ନିଜ ଘରର ମୁଖ୍ୟଦ୍ଵାର କିମ୍ବା ପୂଜାଘର ପାଖରେ ନୀଳ ଏବଂ କଳାରଙ୍ଗର କଇଁଛ ରଖନ୍ତୁ |ଏହାଦ୍ୱାରା ଧନଲାଭ ହେବାସହ ନକାରାତ୍ମକ ଶକ୍ତି ଦୂର ହୋଇଥାଏ |

କୁମ୍ଭ-ଧନଲାଭ ପାଇଁ ଏହି ରାଶିର ବ୍ୟକ୍ତିମାନେ ନିଜ ଘରର ପୂର୍ବ କିମ୍ବା ଉତ୍ତର ଦୀଗ କ୍ୟାରିଅର ଆଡକୁ ସଂକେତ ଦେଇଥାଏ | ଆକ୍ୱାରିୟମ ରଖିବା ଦ୍ୱାରା ଘରେ ଏବଂ ବ୍ୟବସାୟରେ ଉନ୍ନତି ହେଇଥାଏ |

ମୀନ-ପେଙ୍ଗସୁଇ ଅନୁସାରେ ଏହି ରାଶିର ବ୍ୟକ୍ତିବିଶେଷ ପୂଜାଘରେ ନୀଳ କିମ୍ବା ଧଳା ରଙ୍ଗ କଇଁଛ ରଖିବା ଉଚି୍ତ | ପ୍ରତିଦିନ ଏହାର ଦର୍ଶନ କଲେ ଆପଣ ନିଜକୁ ସକାରାତ୍ମକ ଅନୁଭବ କରିବେ |