ପୁଣି ମୋଦିଙ୍କୁ ରାହୁଲଙ୍କ ବାଣ । ରାଜନୀତିରେ ପୁଣି ଜୋର ଧରିଲା ରାଫେଲ ପ୍ରସଙ୍ଗ । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ବିଶାଳ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଏବଂ ରାହୁଲ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଜନତାଙ୍କ ମୁହଁରୁ ‘ଚୌକିଦାର ଚୋର ହେ’ ର ନାରା ଲଗାଇଥିଲେ । ତାହା ସହ ରାହୁଲ ଖୁଲମ୍ ଖୁଲା କହିଛନ୍ତିକି ତାଙ୍କୁ ମୋଦିଙ୍କୁ ଏପରି କହିବାକୁ ବିଲକୁଲ ଖରାପ ଲାଗେନି । କାରଣ ଅନେକ ଜାଗାରେ ଦେଶର ଚୌକିଦାର କହୁଛନ୍ତି ଯେ, ସେ ଚୋର ନୁହନ୍ତି । ତେବେ ମୋଦିଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ, ଚୌକିଦାର ଚୋର ଅଟନ୍ତି ଏହାର ଅର୍ଥ ହେଉଛି, ନରେନ୍ଦ୍ର ମୋଦି ଚୋର ଅଟନ୍ତି । କଂଗ୍ରେସ କାର୍ୟ୍ୟକର୍ତ୍ତାଙ୍କର ଉତ୍ସାହିତ ଭିଡକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, ସାଢେ ୪ ବର୍ଷରେ ନରେନ୍ଦ୍ର ମୋଦି ସରକାରଙ୍କ ପତନ ଘଟିଛି । ପୂର୍ବରୁ ଲୋକମାନେ ମୋଦି ସରକାରଙ୍କ ପାଇଁ ‘ଅଚ୍ଛେଦିନ ଆୟେଙ୍ଗେ’ର ନାରା ଦେଉଥିଲେ କିନ୍ତୁ ଏବେ ସେହି ନାରା ‘ଚୌକିଦାର ଚୋର ହେ’ ରେ ପରିବର୍ତ୍ତନ ହୋଇଛି । ଏବଂ ତାହା ସହ ସେ ଆହୁରି କହିଛନ୍ତି ଦେଶର ଚୌକିଦାର ବାୟୁସେନାର ୩୦ ହଜାର କୋଟି ଟଙ୍କା ଚୋରି ଅନିଲ ଅମ୍ବାନିଙ୍କୁ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଚୌକିଦାର କେବଳ ସେନାର ଟଙ୍କା ଚୋରି କରିନାହାନ୍ତି, ବରଂ ସେ କୃଷକ ଏବଂ ଶ୍ରମିକମାନଙ୍କର ଟଙ୍କା ମଧ୍ୟ ଚୋରି କରିଛନ୍ତି ।
Next Post
ଲଗାତର ତୃତୀୟ ଦିନରେ ହନ୍ଦୱାଡ଼ାରେ ଗୁଳି ବର୍ଷା ! ୫ ସୁରକ୍ଷାକର୍ମୀ ସହିଦ୍
Sun Mar 3 , 2019
ଜାମ୍ମୁକାଶ୍ମୀର ହନ୍ଦୱାଡ଼ାରେ ଲଗାତର ତୃତୀୟ ଦିନରେ ଜାରି ରହିଛି ଏନକାଉଣ୍ଟର । ଜମ୍ମୁ କଶ୍ମୀର ହନ୍ଦଓ୍ବାଡାରେ ୩ ଦିନ ହେଲା ଲଗାତାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏବଂ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୫ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଆଜି ଏନ୍କାଉଣ୍ଟର ବେଳେ ଆତଙ୍କୀ ଗୁଳିରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ […]

You May Like
-
5 years ago
ଆଜିର ଖାସ୍ ଖବର
-
5 years ago
ଆଜି ଖାସ୍ ଖବର
-
6 years ago
ଆପଣଙ୍କ ସଂପର୍କିୟମାନଙ୍କୁ ଏ ପଥର ଲାଗିପରେ
-
1 year ago
ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା….