୫ରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବୀସ୍

ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବୀସ୍‌ ଆସନ୍ତା ୫ କିମ୍ବା ୬ ତାରିଖ ଦିନ ଶପଥ ଗ୍ରହଣ କରିବେ। ଏକ ବିରାଟ ଆକାରରେ ଆୟୋଜିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ମୁମ୍ବାଇର ୱା‌େଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ପାଇଁ ଆୟୋଜିତ ହେବାକୁ ଥିବା ଉତ୍ସବକୁ ଭବ୍ୟ ଆକାରରେ ଆୟୋଜନ କରିବା ପାଇଁ ବିଧାୟକ ପ୍ରସାଦ ଲାଡ଼ ଓ ଚନ୍ଦ୍ରକାନ୍ତ ପାଟିଲଙ୍କୁ ଦାୟିତ୍ବ ଦେଇଛି ବିଜେପି।

ବିଜେପିର ସହଯୋଗୀ ଶିବସେନା ମହାରାଷ୍ଟ୍ରର ନୂତନ ସରକାର ୫୦-୫୦ ଫର୍ମୂଲାରେ ଗଠନ ପାଇଁ ଜିଦ୍‌ ଧରି ବସିବା ସହ ବିଜେପିର ସବୁ ପ୍ରସ୍ତାବକୁ ପ୍ରତ୍ୟାଖାନ କରୁଥିବାରୁ ବିଜେପି ଉଚ୍ଚ କର୍ତ୍ତୃପକ୍ଷ ଶେଷରେ ଏପ୍ରକାର ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ଟି ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟା ଗରିଷ୍ଠ ଦଳଭାବେ ଉଭା ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ଆସିବେ ଆନ୍ନା ହଜାରେ

Fri Nov 1 , 2019
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଂଗଠନର ଏହା ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ। ତେବେ ଏଥିରେ ଆନ୍ନା ଯୋଗଦେବେ ବୋଲି ଶୁକ୍ରବାର ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସୂଚନା ଦେଇଛନ୍ତି। ସେୟାର କରନ୍ତୁ

You May Like

Pin It on Pinterest