ଅଲିମ୍ପିକ ଖେଳିବ ଭାରତୀୟ ମହିଳା ହକି ଟିମ୍‌

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଶନିବାର ମ୍ୟାଚ୍‌ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ୨ ଦିନର ଖେଳ ପ୍ରଦର୍ଶନ ଆଧାରରେ ଭାରତୀୟ ଟିମ୍‌ ଟୋକିଓ ପାଇଁ ଟିକେଟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଛି। ଭାରତୀୟ ମହିଳା ହକି ଟିମ୍‌ର ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଟିମ୍‌ ଶୁକ୍ରବାର ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା। ଟିମ୍‌ର ଖେଳାଳିମାନେ ଆମେରିକା ବିପକ୍ଷରେ ଲଢ଼ଆ ମନୋଭାବ ନେଇ ଖେଳିଥିଲେ। ଆଜିର ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଆମେରିକା ଠାରୁ ୧-୪ ଗୋଲରେ ପରାସ୍ତ ହୋଇଛି। ଭାରତ ତରଫରୁ ରାନୀ ରାମପଲ (୪୮ ମିନିଟ) ଗୋଲ ଦେଇଥିଲେ। ମାତ୍ର ଉଭୟ ମ୍ୟାଚ୍‌ରେ ଭାରତ ୬ଟି ଗୋଲ ଦେଇଥିବା ବେଳେ ଆମେରିକା ୫ଟି ଗୋଲ ଦେଇଛି। ତେଣୁ ଅଧିକ ଗୋଲ ଆଧାରରେ ଭାରତ ଟୋକିଓ ପାଇଁ ଟିକେଟ ପାଇପାରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ରାଶିଫଳ

Sun Nov 3 , 2019
ବାସ୍ତବ ବ୍ୟୁରୋ: ମେଷ: ପୂର୍ବରୁ ସ୍ଥିରୀକୃତ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବାକୁ ଚେଷ୍ଟାକରିବେ। ପରିବହନ, ବ୍ୟବସାୟ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ବିଶେଷ ସୁଫଳ ପ୍ରାପ୍ତି ହୋଇପାରେ। ବୃଷ: ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ପ୍ରଭୃତି କ୍ଷେତ୍ରରେ ଗ୍ରହସ୍ଥିତି ବାଧକ […]

You May Like

Breaking News

Pin It on Pinterest