୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଲା ଶ୍ରୁତି ଶର୍ମା ଟପ୍ପର୍‌…

ନୂଆଦିଲ୍ଲୀ: ‘କେନ୍ଦ୍ରୀୟ ଲୋକସେବା ଆୟୋଗ’ଦ୍ବାରା ଆୟୋଜିତ ଜାନୁଆରି ୨୦୨୨୨ରେ ‘୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା’ର ଲିଖିତ ଫଳାଫଳ ଏବଂ ବ୍ୟକ୍ତିତ୍ବ ପରୀକ୍ଷା ନିମନ୍ତେ ଏପ୍ରିଲ୍‌-ମେ ୨୦୨୨ରେ ଅନୁଷ୍ଠିତ ସାକ୍ଷାତ୍‌କାରକୁ ଭିତ୍ତିକରି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି।

ଏଥର ସମୁଦାୟ ୬୮୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ‘ଇଣ୍ଡିଆନ୍‌ ଆଡ୍‌ମିନିଷ୍ଟ୍ରଟିଭ୍‌ ସର୍ଭିସ୍‌’, ‘ଇଣ୍ଡିଆନ୍ ଫରେନ୍‌ ସର୍ଭିସ୍‌’ ଏବଂ ‘ଇଣ୍ଡିଆନ୍‌ ପୋଲିସ୍‌ ସର୍ଭିସ୍‌’ ଏବଂ ‘ସେଣ୍ଟ୍ରାଲ୍‌ ସର୍ଭିସେସ୍‌ ‘ଗ୍ରୁପ୍‌- ଏ’ ଓ ‘ଗ୍ରୁପ୍‌ ବି’ରେ ନିଯୁକ୍ତି ଦିଆଯିବାକୁ ସୁପାରିସ କରାଯାଇଛି।

ଏହି ପରୀକ୍ଷାରେ ସର୍ବଭାରତୀୟସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମରେ ରହି ଟପର୍‌ ହୋଇଛନ୍ତି। ଏହି ତାଲିକାର ୨ୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ, ୩ୟ ସ୍ଥାନରେ ଗାମିନୀ ସିଙ୍ଗ୍‌ଲା ଓ ୪ର୍ଥ ସ୍ଥାନରେ ଐଶ୍ବର୍ଯ୍ୟା ବର୍ମା ରହିଛନ୍ତି।

ସେହିପରି ଉକ୍ତ ତାଲିକାରେ ଓଡ଼ିଶାର ଅଙ୍କୁର ଦାସ ୫୨, କାର୍ତ୍ତିକ ପାଣିଗ୍ରାହୀ ୬୩, ସୌରଭ ଅଗ୍ରୱାଲ୍‌ ୮୬,ବିଶ୍ବ ବିଶ୍ରୁତ ତ୍ରିପାଠୀ ୨୩୨, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬, ମାନସରଞ୍ଜନ ସାହୁ ୫୧୩ ସ୍ଥାନରେ ରହିଛନ୍ତି।

ସର୍ବଭାରତୀୟ ସ୍ତରରେ ଜଣେ ପ୍ରାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମଙ୍ଗଳ ଦେବଙ୍କ ଶୂଭ ଦୃଷ୍ଟି ଶୀଘ୍ର ଏହିସବୁ ରାଶି ପ୍ରତି ରହିବ ଜାଣନ୍ତୁ ଆପଣଙ୍କ ରାଶି ତାଲିକାରେ ଅନ୍ତର୍ଭୁକ୍ତ କି ନାହିଁ ?

Tue May 31 , 2022
ଡ଼.ନବକିଶୋର ମିଶ୍ର ଯେତେବେଳେ ଏକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିରେ ଚଳନ କରେ, ଏହା ସମସ୍ତ ରାଶିକୁ ପ୍ରଭାବିତ କରେ | ଜୁନ୍ ମାସରେ, ଅନେକ ବଡ ଗ୍ରହର ରାଶିରେ ପରିବର୍ତ୍ତନ ଆସିବ | ଯେଉଁଥିରୁ ମଙ୍ଗଳ ହେଉଛି ମୁଖ୍ୟ ଗ୍ରହ | ମଙ୍ଗଳ ମୀନ ରାଶି ଛାଡି ଜୁନ୍ ୨୭ ସକାଳ ୫ :୩୯ ରେ ମେଷ ରାଶିରେ ପ୍ରବେଶ କରିବେ | ମଙ୍ଗଳ, ସାହସ, ପରାକ୍ରମ […]

You May Like

Pin It on Pinterest