କାରରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ନୂଆ ଘୋଷଣା….

ଏସ୍.ବାସ୍ତବ: ଏବେ କାରରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ,ଆଗ ସିଟ୍ ର ଯାତ୍ରୀଙ୍କ ପରି ପଛ ସିଟର ଯାତ୍ରୀମାନଙ୍କ ପାଇଁ ମଧ୍ୟ ସିଟ୍ ବେଲ୍ଟ ବାଧ୍ୟତାମୂଳକ | ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ । ମଙ୍ଗଳବାର ଏକ ସାକ୍ଷାତକାରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହା ଘୋଷଣା କରିଛନ୍ତି ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକାରୀ ଏହି ସୂଚନା ଦେଇ କହିଛନ୍ତି, କାରର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣାରେ ବିୟୋଗ ପରେ କାରର ପଛ ସିଟରେ ବସୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ପରେ ଆମେ ନିଷ୍ପତ୍ତି ନେଇଛୁ ଯେ, ବାହାନର ପଛ ସିଟ୍ ପାଇଁ ସିଟବେଲ୍ଟ ବିପ୍ ସିଷ୍ଟମ ରହିବ’। ଏଥିପାଇଁ କାର କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ସୂଚନା ଯୋଗ୍ୟ, ସୋମବାର ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିଷ୍ଟ୍ରି ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କୁହାଯାଉଛି ଯେ ସେ ମର୍ସିଡିଜ୍ ର ପଛ ସିଟରେ ବସିଥିଲେ ଏବଂ ସେ ସିଟ୍ ବେଲ୍ଟ ପିନ୍ଧି ନଥିଲେ।

ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ନିୟମର ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ । ତେବେ ଲୋକଙ୍କ ଠାରୁ ଜରିମାନା ଆଦାୟ କରିବା ଏହାର ଉଦ୍ଦେଶ୍ୟ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦରକାର । ଆସନ୍ତା ତିନି ଦିନ ଭିତରେ ଏହା ଉପରେ ସରକାରୀ ନିର୍ଦ୍ଦେଶ ଜାରି କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ କାଣ୍ଡ,୩୦ ଫୁଟୁ ତଳକୁ ଖସିଲା ଆମ୍ବୁଲାନ୍ସ...

Wed Sep 7 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଡ୍ରାଇଭରଙ୍କ ଉନ୍ମତ କାଣ୍ଡ,୩୦ ଫୁଟୁ ତଳକୁ ଖସିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଡ୍ରାଇଭର ମଦ ନିଶାରେ ୩୦ ଫୁଟୁ ତଳକୁ ଖସାଇଲେ ଆମ୍ବୁଲାନ୍ସ ଖବର ଅନୁଯାଇ, ଭଦ୍ରକ ଜିଲ୍ଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ଏକ ଶବ ନେବା ପାଇଁ ଆମ୍ବୁଲାନ୍ସ ଟି ଆସୁଥିବା ବେଳେ ନାଲୁଗୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟୁ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗାଡ଼ିରୁ ଡ୍ରାଇଭରଙ୍କୁ […]

You May Like

Pin It on Pinterest