ଦକ୍ଷିଣ-ପୂର୍ବ ତାଇୱାନରେ ଭୂମିକମ୍ପ

ବାସ୍ତବ ବ୍ୟୁରୋ :- ଦକ୍ଷିଣ-ପୂର୍ବ ତାଇୱାନରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବତ୍ରା ପାଖାପାଖି ୭ ଥିଲା ।

ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି।  ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଛି । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ କୌଣସି ସରକାରୀ ରିପୋର୍ଟ ଆସିନି।  ତାଇତୁଙ୍ଗରୁ ୭.୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି  । କିଛି ସମୟ ପାଇଁ ଥରି ଉଠିଥିଲା ପୂର୍ବ ଦକ୍ଷିଣ ତାଇୱାନ ଅଞ୍ଚଳ  । ରାଜଧାନୀ ତାଇପେଇ ଅଞ୍ଚଳରେ ବି ଭୂମିକମ୍ପର ପ୍ରଭାବ ଅନୁଭୁତ ହୋଇଛି  ।

ଭୁଂକମ୍ପ ପରେ ପରେ ଏବେ ସୁନାମି ର ଭୟ ଭୟ ଦେଖା ଦେଇଛି । ଦେଶରେ ସୁନାମୀ ସତର୍କତା ଜାରି ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏଠାରେ ଭୂମିକମ୍ପ ପରେ ୟୁନାଇଟେଡ ଷ୍ଟେଟ୍‌ସ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ତତ୍କାଳ ସୁନାମୀ ସତର୍କତା ଜାରି କରିଛି । ଯେଉଁଥିରେ ତାଇୱାନ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳରେ ବିପଦଜନକ ସୁନାମୀ ଲହର ଉଠିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦୁଝରରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ତଦନ୍ତ ନିର୍ଦ୍ଦେଶ...

Sun Sep 18 , 2022
ଭୁବନେଶ୍ୱର ୧୮/୦୯: ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, କେନ୍ଦୁଝରରେ ଶିଶୁ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଶିଶୁମାନଙ୍କର ଓଜନ କମ ଥିବାରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ସେୟାର କରନ୍ତୁ

You May Like

Pin It on Pinterest