ବାସ୍ତବ ବ୍ୟୁରୋ-ଆଜି (ଶୁକ୍ରବାର) ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ର ୨ୟ ମ୍ୟାଚ୍ ଖେଳାଯିବ । ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ । ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ୍ ରେ ରୋହିତଙ୍କ ଟିମ୍ ନିଜର ତ୍ରୁଟି ସଂଶୋଧନ କରିବାକୁ ଚାହିଁବ ।
ମୋହାଲିରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୪ ୱିକେଟରେ ପରାସ୍ତ କରିଥିଲା । ଏଥି ସହିତ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ରୁ ପ୍ରଥମ ମ୍ୟାଚ୍ଟି ହାରିଯିବା ପରେ ଏବେ ଟିମ୍ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍ ଜିତିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଭାରତୀୟ ଦଳର ବୋଲିଂ ବିଭାଗ ଚିନ୍ତାଜନକ ରହିଛି, ତଥାପି ପ୍ରଥମ ମ୍ୟାଚ୍ରୁ ଅନେକ ସକାରାତ୍ମକ ଘଟଣା ସାମ୍ନାକୁ ଆସିଛି। କେଏଲ୍ ରାହୁଲ ଆରମ୍ଭରୁ ଖୋଲା ସଟ୍ ଖେଳିପାରୁଥିଲା ବେଳେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିଜର ଆକ୍ରମଣାତ୍ମକ ଶୈଳୀ ବଳରେ ଯେକୌଣସି ବୋଲରଙ୍କୁ ଫିକା କରିଦେବା ଦକ୍ଷତା ରଖୁଥିବା ପ୍ରମାଣିତ କରିଛନ୍ତି।
ନାଗପୁରରେ ବୁଧବାର ରାତିରୁ ବର୍ଷା ହେଉଥିବାରୁ ଏହି ମ୍ୟାଚ୍କୁ ନେଇ ଆଶଙ୍କା ରହିଛି। ଉଭୟ ଦଳ ଗୁରୁବାର ଅଭ୍ୟାସ କରିପାରିନାହାନ୍ତି ।