ସଜେଇ ହେଲାଣି ଅଯୋଧ୍ୟା : ଦୀପାବଳି ରେ ଆଲୋକିତ ହେବ ୪୦ଟି ଘାଟ,ଜଳିବ ୧୭ ଲକ୍ଷ ଦୀପ…

ବାସ୍ତବ ବ୍ୟୁରୋ : ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ଶ୍ରୀରାମ ଜନ୍ମ ଭୂମିରେ ଏ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକରେ ଝଲସିଲାଣି ଅଯୋଧ୍ୟ ସହର । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଝଲସିବ ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ । ଏହାସହ ଭଗବାନ ଶ୍ରୀରାମଙ୍କ ପ୍ରତିକାତ୍ମକ ରାଜ୍ୟାଭିଶେକ କରିବେ। ଏହାପରେ ଦୀପୋତ୍ସବର ଆରମ୍ଭ କରିବେ ।ସରଜୂ ନଦୀର ନୂଆ ଘାଟରେ ଥ୍ରୀ-ଡି ହୋଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ’ ମଧ୍ୟରେ ମୋଦୀ ଆଳତି ଦର୍ଶନ କରିବେ ।

ଗତବର୍ଷ ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତବର୍ଷ ୪୦ଟି ଘାଟରେ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ୧୭ଲକ୍ଷ ଦୀପ ଜଳାଇବାକୁ ୩୫ହଜାର ଲିଟର ସୋରିଷ ତେଳ ବ୍ୟବହାର କରାଯିବ ।ଅଯୋଧ୍ୟାରେ ଏତେ ସଂଖ୍ୟକ ଦୀପ ଜାଳି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରାଯିବ । ଦୀପାବଳି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଅଯୋଧ୍ୟାର ବିଭିନ୍ନ ସ୍ଥାନରେ କଳାକାରଙ୍କ ଦ୍ୱାରା ଲୋକ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ ।ଅଯୋଧ୍ୟା ନଗରୀକୁ ରଙ୍ଗା ରଙ୍ଗ କରିବାରେ ନିୟୋଜିତ ହେବେ ୨୨ହଜାର ସ୍ୱେଚ୍ଛାସେବୀ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୋହେଲା ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

Sat Oct 22 , 2022
ନବୀନ ଦାଶ(ବରଗଡ): ପ୍ରଜ୍ଞାନ ମିଶନ୍ ପକ୍ଷରୁ ୨୨ ଅକ୍ଟୋବର, ଶନିବାର ଦିନ ସୋହେଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୀତା ସୁଗୀତା କର୍ତ୍ତବ୍ଯା ଶୀର୍ଷକ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଯଶୋଦା ଦାଶ, ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ, ସଂସ୍କୃତ ଶିକ୍ଷକ ସୁବ୍ରତ ପଣ୍ଡା ଓ ଗୀତାନୁରାଗୀ ଅଗସ୍ତି ଭୋଇ ଅତିଥି ଭାବରେ ଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ […]

You May Like

Pin It on Pinterest