
ବାସ୍ତବ ବ୍ୟୁରୋ: ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ନିର୍ବାଚନରେ ସୁନକ ବିଜୟୀ ହୋଇଥିବା କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟ୍ ପଛରେ ପକାଇ ଋଷି ସୁନକ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା । ଅକ୍ଟୋବର ୨୮ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସୁନକ ବ୍ରିଟେନ୍ରେ ପଞ୍ଚମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ।
ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଶେଷ ହୋଇଛି । ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ଗତ ତିନି ମାସରେ ହିଁ ଋଷି ସୁନକ ତୃତୀୟ ବ୍ୟକ୍ତି ଯିଏ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସର୍ବପ୍ରଥମେ ବୋରିସ୍ ଜନସନ ଇସ୍ତଫା ଦେବା ପରେ ଲିଜ୍ ଟ୍ରସ ଋଷି ସୁନକଙ୍କୁ ପରାସ୍ତ କରି ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ସେ ପଦରେ ଅଧିକ ସମୟ ତିଷ୍ଠି ପାରିଲେ ନାହିଁ। ୪୫ ଦିନରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଇସ୍ତଫା ଦେବାକୁ ପଡିଥିଲା। ଏହା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପାଇଁ ଋଷି ସୁନକ ଦୌଡରେ ସାମିଲ୍ ହୋଇଥିଲେ। ଆଉ ଏଥର ତାଙ୍କୁ ବିଜୟ ମିଳିଛି।
ଋଷି ସୁନକଙ୍କ ବାପା-ମାଆ ଭାରତୀୟ। ପଞ୍ଜାବର ମୂଳ ବାସିନ୍ଦା ସୁନକ୍ ପରିବାର, ବିଗତ ତିନି ପିଢ଼ି ଧରି ବ୍ରିଟେନରେ ରହି ଆସୁଛନ୍ତି । ୧୯୮୦ ମସିହା ମେ ୧୨ରେ ଇଂଲଣ୍ଡର ସାଉଥମ୍ପଟନରେ ରିଷିଙ୍କ ଜନ୍ମ ହୋଇଥିଲା। ଓ୍ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଦର୍ଶନ ଓ ଅର୍ଥନୀତି ଶିକ୍ଷା ଏବଂ ଷ୍ଟାଣ୍ଡଫର୍ଡ଼ ୟୁନିଭର୍ସିଟିରୁ ଏମ୍ବିଏ ଶିକ୍ଷା ଅଧ୍ୟୟନ କରିଛନ୍ତି ସେ ।



