‘ନୋ ମନି ଫର୍ ଟେରର୍’: ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ…

 ବାସ୍ତବ ବ୍ୟୁରୋ: ଆଜି(ଶୁକ୍ରବାର) ଦିଲ୍ଲୀରେ ଆୟୋଜିତ ‘ନୋ ମନି ଫର୍ ଟେରର୍ କନ୍‌ଫରେନ୍‌ସ୍‌’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଦେଶମାନଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆତଙ୍କୀଙ୍କୁ କିଛି ଦେଶ ଫଣ୍ଡିଂ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ସହାୟତା ପହଞ୍ଚୁଛି । ଏବେ ବିଶ୍ବରୁ ଆତଙ୍କବାଦ ମୂଳପୋଛ କରିବାର ସମୟ ଆସିଛି । 

ଉକ୍ତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆତଙ୍କବାଦୀ ମାନବ ସମାଜ, ସ୍ବତନ୍ତ୍ରତା ଓ ସଭ୍ୟତା ପାଇଁ ବଡ଼ ବିପଦ । ଆତଙ୍କବାଦର କୌଣସି ସୀମା ନାହିଁ । ସମସ୍ତେ ଏକଜୁଟ ହୋଇ ଆତଙ୍କୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆବଶ୍ୟକ । ଆମ ବିଚାରରେ ଗୋଟିଏ ଆତଙ୍କବାଦ ଆକ୍ରମଣ ଅନେକ ଆକ୍ରମଣ ସଙ୍ଗେ ସମାନ। ଗୋଟିଏ ଜୀବନହାନି ଅନେକ ଜୀବନହାନି ସହିତ ସମାନ। ଆତଙ୍କବାଦକୁ ନିର୍ମୂଳ ନ କରିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁନାହିଁ।

ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ବିରୋଧରେ ସମାନ ପ୍ରତିକ୍ରିୟା ଓ ପଦ‌କ୍ଷେପ ଗ୍ରହଣ କରାଯିବା ଉଚିତ। ଆତଙ୍କବାଦ ମାନବତା, ସ୍ବାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ ହୋଇଥିବାରୁ ବୈଶ୍ବିକ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ବିଭ୍ରାନ୍ତିକର ଦୃଷ୍ଟିଭଙ୍ଗୀର ସ୍ଥାନ ନାହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏଣିକି ଘରେ ପେଟ୍‌ ଆନିମଲ୍‌ ରଖିଲେ ନେବାକୁ ପଡିବ ଅନୁମତି...

Fri Nov 18 , 2022
ବାସ୍ତବ ବ୍ୟୁରୋ : ରାଜଧାନୀ ରେ ଏଣିକି ଘରେ ପେଟ୍‌ ଆନିମଲ୍‌ ରଖିଲେ ନେବାକୁ ପଡିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅନୁମତି। ଏଥିପାଇଁ ବିଏମସିରେ କରିବାକୁ ପଡିବ ପଞ୍ଜିକରଣ। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଗଣମାଧ୍ୟମକୁ ଦେଇ କହିଛନ୍ତି, ଆସନ୍ତା ସପ୍ତାହ ସୁଦ୍ଧା ଲାଗୁ ହେବ ପେଟ୍‌ ଆନିମଲ ଗାଇଡଲାଇନ୍ସ । ବିଏମସି କମିଶନରଙ୍କ କହିବା ଅନୁଯାୟୀ, ପେଟ୍‌ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି […]

You May Like

Pin It on Pinterest