ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଭୁଶୁଡ଼ିଲା ରେଲଓ୍ବେ ଫୁଟ୍ ଓଭର ବ୍ରିଜ୍ । ୬୦ଫୁଟ୍ ଉଚ୍ଚରୁ ରେଳ ଧାରଣା ଉପରେ ଖସିପଡ଼ିଲେ ଲୋକ । ଦୁର୍ଘଟଣାରେ ୮ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ବଲ୍ଲାରଶାହା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟଛି । ଟ୍ରେନ୍ ଧରିବାକୁ ୧ ନମ୍ବର ପ୍ଲାଟଫର୍ମରୁ ୪ ନମ୍ବର ପ୍ଲାଟଫର୍ମକୁ ଯାତ୍ରୀ ଯାଉଥିବାବେଳେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ପ୍ରାୟ ୬୦ ଫୁଟ୍ ଉଚ୍ଚରୁ ଧାରଣା ଉପରେ ଖସିପଡ଼ିଛନ୍ତି ଲୋକ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ଜଣ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।