୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ, ଲିଭାଇ ପାରୁନି ଅଗ୍ନିଶମ ବିଭାଗର ୧୫୦ଟି ଦମକଳ ଗାଡି

ବାସ୍ତବ ବ୍ୟୁରୋ : ୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ ହେଲେ ଲିଭାଇ ପାରୁନି ଅଗ୍ନିଶମ ବିଭାଗ । ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ। ଯାହା ଏକ ଚିନ୍ତାର କାରଣ ପାଲଟିଛି।

ଭାଗିରଥ ପ୍ୟାଲେସ୍ ବଜାରର ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ପାଖାପାଖି ୨୫୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଗଲାଣି।

ଅଗ୍ନିକାଣ୍ଡ ପରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ବଜାର ପରିଦର୍ଶନ କରିଥିଲେ। ସେ କହିଥିଲେ ଏହି ଅଞ୍ଚଳର ଝୁଲୁଥିବା ତାର ଓ ଓଭରଲୋଡ୍ ସର୍କିଟ୍ ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।

ସୂଚନାନୁଯାୟୀ, ନଭେମ୍ବର ୨୪ ରାତିରେ ନୂଆଦିଲ୍ଲୀର ଚାନ୍ଦନୀଚୌକ ଭାଗିରଥୀ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ୨୫ ତାରିଖ ସକାଳ ସୁଦ୍ଧା ନିଆଁକୁ ଆୟତ କରାଯାଇଥିଲା। କିନ୍ତୁ ପୁଣି ଥରେ କିଛି ଦୋକାନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଇଲେକ୍ଟ୍ରିକ୍ ଓ ପ୍ଳାଷ୍ଟିକ୍ ଉପକରଣ ଥିବାରୁ ନିଆଁକୁ ସହଜରେ ଲିଭା ଯାଇପାରୁ ନାହିଁ । ଏହି ଅଗ୍ନିକାଣ୍ଡ ହେତୁ ଶହଶହ କୋଟି ଟଙ୍କାର ଜିନିଷ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ସେପଟେ ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ ବୀମା କମ୍ପାନିଗୁଡ଼ିକୁ ଭାଗିରଥୀ ପ୍ୟାଲେସ୍ ବଜାରର ପ୍ରଭାବିତ ବ୍ୟବସାୟୀମାନଙ୍କ ପାଇଁ ଥଇଥାନ କାର୍ଯ୍ୟ ଆରମ୍ଭ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛି। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମେକ୍ ଇନ ଓଡ଼ିଶା କନକ୍ଲେଭ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି -ଡିସିପି ପ୍ରତୀକ ସିଂ...

Tue Nov 29 , 2022
ପ୍ରମୋଦ ନାୟକ(ଭୁବନେଶ୍ବର): ନଭେମ୍ବର ୩୦ ରୁ ୪ ଡିସେମ୍ବର ୪ ତାରିଖ ଯାଏ ଚାଲିବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ।ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନ, ନରୱେ, ଜର୍ମାନୀ, ନେପାଳ ଓ ବାଂଲାଦେଶ ଭଳି ଦେଶର ସମ୍ମାନାସ୍ପଦ ବ୍ୟକ୍ତିମାନେ ଯୋଗ ଦେବେ। ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ […]

You May Like

Pin It on Pinterest