ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର)ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ଉପରେ ସାଇବର ଆଟାକ୍ ହୋଇଛି । ହ୍ୟାକର୍ସ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଏକ୍ସପର୍ଟ ମାମଲାର ତଦନ୍ତ କରୁଛନ୍ତି।
ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ୍ ହ୍ୟାକ୍ ହୋଇଥିବା ଜଣା ପଡିଛି। ତେବେ ବର୍ତ୍ତମାନ ଏହା ଠିକ୍ ହୋଇ ଯାଇଛି।
ଭୋର୍ ୫.୩୮ରେ ଜଳଶକ୍ତି ମନ୍ତ୍ରାଳୟ ଆକାଉଣ୍ଟ୍ରେ ପ୍ରଥମେ କ୍ରିପ୍ଟୋ ୱାଲେଟ୍ ‘ସୁଇ ୱାଲେଟ୍’ର ପଚାର ପୋଷ୍ଟ୍ କରାଯାଇଥିଲା। ଆକାଉଣ୍ଟ୍ର ପ୍ରୋଫାଇଲ୍ ପିକ୍ଚର୍ ମଧ୍ୟ ପରିବର୍ତ୍ତନ କରାଯାଇ ଭାରତୀୟ ଜାତୀୟ ପତାକା ସ୍ଥାନରେ ସୁଇ ଲୋଗୋ ବସାଯାଇଥିଲା। ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍ର କଭର୍ ଇମେଜ୍ରେ ଥିଲା ସୁଇ ଲୋଗୋ ଓ ନାମ ।
ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ଏମିତି ସମୟରେ ହ୍ୟାକ୍ ହୋଇଛି ଯେବେ ନିକଟରେ ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ହୋଇଥିଲା।



