ବାସ୍ତବ ବ୍ୟୁରୋ : ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ଭୂଷଣ’ରେ ସମ୍ମାନୀତ ହେଲେ Google ଆଲଫାବେଟ୍ ର ସିଇଓ ସୁନ୍ଦର ପିଚାଇ । ଆମେରିକାରେ ଭାରତୀୟ ଦୂତଙ୍କ ଠାରୁ ପ୍ରତିଷ୍ଠିତ ପୁରସ୍କାର ପ୍ରାପ୍ତ କରି ପିଚାଇ କହିଛନ୍ତି ଯେ ‘ଭାରତ ମୋର ଏକ ଅଂଶ ଓ ମୁଁ ଯୁଆଡେ ବି ଯାଏ ତାକୁ ମୋ ସାଙ୍ଗରେ ନେଇଯାଇଥାଏ’। ସୁନ୍ଦର ପିଚାଇ ଗତକାଲି (ଶୁକ୍ରବାର) ନିଜ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମ୍ମାନ ଗ୍ରହଣ କରିଛନ୍ତି।

ସୁନ୍ଦର ପିଚାଇ ଅପରପକ୍ଷେ ଏହି ସମ୍ମାନ ଲାଗି ଭାରତ ସରକାର ଓ ଭାରତୀୟ ଲୋକଙ୍କ ନିକଟରେ ସେ ହୃଦୟରୁ କୃତଜ୍ଞ ବୋଲି କହିଛନ୍ତି। “ମୋତେ ଆକାର ଦେଇଥିବା ଦେଶ ଦ୍ୱାରା ଏପରି ସମ୍ମାନୀତ କରାଯିବା ଅବିଶ୍ୱସନୀୟ ଭାବେ ସାର୍ଥକ ।” ସେ କହିଛନ୍ତି ଯେ ଭାରତରେ କରାଯାଇଥିବା ଇନୋଭେସନ ଡିଜିଟାଲ ପେମେଣ୍ଟରୁ ଆରମ୍ଭ କରି ଭଏସ୍ ଟେକ୍ନୋଲଜି ସାରା ବିଶ୍ୱରେ ଲୋକଙ୍କୁ ଲାଭବାନ କରୁଛି।
ତାଙ୍କୁ ସାନଫ୍ରାନସିସ୍କୋରେ ପଦ୍ମ ପୁରସ୍କାର ପ୍ରଦାନ କରି ଭାରତୀୟ ଦୂତ ତରନଜିତ ସିଂହ ସନ୍ଧୁ ବେଶ୍ ଖୁସି ଅନୁଭବ କରୁଥିବା କହିଛନ୍ତି। ତରନଜିତ ସିଂହ ସନ୍ଧୁ କହିଛନ୍ତି ମଦୁରାଇରୁ ମାଉଣ୍ଟେନ ଭ୍ୟୁ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଭାରତଓ ଆମେରିକା ବୈଷୟିକ ଓ ଆର୍ଥିକ ସମ୍ପର୍କକୁ ମଜଭୁତ କରୁଛି ।