ଆଜି ଭାରତ-ବାଂଲାଦେଶ ମଧ୍ୟ ରେ ପ୍ରଥମ ଦିନିକିଆ ସିରିଜ୍…

ବାସ୍ତବ ବ୍ୟୁରୋ : ଆଜି (ରବିବାର) ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ । ଦିନ ସାଢେ ୧୧ଟାରେ ଏହି ମ୍ୟାଚ୍‌ ଶେର-ଏ-ବାଂଲା ଷ୍ଟାଡିୟମ୍‌ରେ ଖେଳାଯିବ । ପ୍ରଥମ ଓ୍ବାନଡେ’ ପାଇଁ ଉଭୟ ଦଳ ଉପଯୁକ୍ତ ପ୍ରସ୍ତୁତି କରିଛନ୍ତି ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ’ ମ୍ୟାଚ୍‌ ପାଇଁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ମ୍ୟାଚ୍‌ରେ ଇଶାନ କିଷନ, ରଜତ ପାତିଦାର, ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ଆଜିର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ଦ୍ରୁତ ବୋଲର ସାମିଙ୍କ ଅନୁପସ୍ଥିତିରେ ଉଭୟ ସର୍ଦୁଲ ଠାକୁର ଓ ଦୀପକ ଚହରଙ୍କୁ ପ୍ରାଥମିକତା ମିଳିପାରେ । ନଚେତ୍ ନବାଗତ କୁଲଦୀପ ସେନ ଟିମ୍‌ରେ ପଦାର୍ପଣ କରିବେ ।

ସେହିପରି ଅଧିନାୟକ ଲିଟନ ଦାସଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ବାଂଲାଦେଶ ଟିମ୍ । ଷ୍ଟାର ବ୍ୟାଟର ସାକିବ ଅଲ୍‌ ହାସନ ଓ ମୁସଫିକର ରହିମଙ୍କ ଉପରେ ବାଂଲା ଫ୍ୟାନଙ୍କ ନଜର ରହିବ । ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି ଆହତ ହେବା ଦଳକୁ ଚିନ୍ତାରେ ପକାଇଛି । ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି । ତାଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି ଓ ଯୁବ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କୁ ସୁଯୋଗ ମିଳିଛି ।

ଆଜି ପର୍ଯ୍ୟନ୍ତ ଭାରତ ବିପକ୍ଷରେ ବାଂଲାଦେଶ ମୋଟ୍‌ ୫ଟି ଦିନିକିଆ ଜିତିଛି । ଶେଷ ଥର ପାଇଁ ବାଂଲାଦେଶ ୨୦୧୫ରେ ଭାରତକୁ ହରାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ରାତିରୁ ଥଣ୍ଡା ବଢ଼ିବ...

Sun Dec 4 , 2022
ବାସ୍ତବ ବ୍ୟୁରୋ : ରାଜ୍ୟରେ ପରବର୍ତ୍ତୀ ୨ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଆଜି ଅର୍ଥାତ ରବିବାର ରାତିରୁ ରାଜ୍ୟରେ ଶୀତ ବଢ଼ିବ। ଓଡ଼ିଶାରେ ଏବେ ବିଶେଷ ଶୀତ ନଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପାମାତ୍ରା କୋରାପୁଟରେ ୧୧.୫ ଡିଗ୍ରି ଓ କେନ୍ଦୁଝରରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି। ତେବେ ଆସନ୍ତାକାଲି (ସୋମବାର)ଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ […]

You May Like

Pin It on Pinterest