ବାସ୍ତବ ବ୍ୟୁରୋ: ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ । ୧୮୬ ରନ୍ରେ ଅଲ୍ଆଉଟ୍ ହେଲା ଭାରତ ।

ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଟିମ୍ର କୌଣସି ବ୍ୟାଟସମ୍ୟାନ୍ ପଡିଆରେ ଅଧିକ ସମୟ ଧରି ତିଷ୍ଠି ପାରିନଥିଲେ । ମ୍ୟାଚ୍ ଆରମ୍ଭରୁ ଶିଖର ଧଓ୍ବନ ଓ ବିରାଟ କୋହଲିଙ୍କ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ୪୯ ରନରେ ୩ ଓ୍ବିକେଟ ହରାଇ ସଂଘର୍ଷ କରୁଥିବାବେଳେ କେଏଲ ରାହୁଲ ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ରାହୁଲ ୭୩ ରନ ଓ ଆୟର ୨୪ ରନ କରିଥିଲେ । କିନ୍ତୁ ଆୟର ଆଉଟ ହେବା ପରେ ଭାରତର ପୁଣି ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଫଳରେ ଭାରତ ୪୧.୨ ଓଭରରେ ମାତ୍ର ୧୮୬ ରନ କରି ଅଲଆଉଟ ହୋଇଯାଇଥିଲା ।
ସେପଟେ ବାଂଲାଦେଶ ଦଳ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୧୩୬ ରନରେ ୯ ଓ୍ବିକେଟ ହରାଇ ନିଶ୍ଚିତ ପରାଜୟକୁ ଅପେକ୍ଷା କରିଥିବାବେଳେ ମେହେଦି ହସନ ମିରାଜଙ୍କ ବ୍ୟାଟିଂ ଅସମ୍ଭବ ମ୍ୟାଚକୁ ସମ୍ଭବ କରିଦେଇଥିଲେ ।