ବାସ୍ତବ ବ୍ୟୁରୋ: ଦାନା ବାନ୍ଧୁଛି ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଆସନ୍ତା ୮ ତାରିଖରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷାର ପ୍ରକୋପ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୮ ତାରିଖ ପାଇଁ ତାମିଲନାଡୁର ୧୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି।
ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ଆଗକୁ ବଢ଼ିବା ସହ ଆହୁରି ଘନୀଭୂତ ହେବ। ଏହା ବାତ୍ୟାର ରୂପ ନେଲା ବେଳକୁ ତାମିଲାଡୁ ଓ ଏହାର ଆଖପାଖ ଅଞ୍ଚଳରେ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇବ।
ବାତ୍ୟାର ପ୍ରଭାବରେ ତାମିଲନାଡୁର ଭିଲ୍ଲୁପୁରମ, ଚେଙ୍ଗଲପାଟ୍ଟୁ, କୁଡାଲୋର, କାଞ୍ଚିପୁରମ, ତିରୁଭାଲ୍ଲୁର, ଆରିୟାଲୁର, ପେରାମବାଲୁର, ଚେନ୍ନାଇ, କାଲ୍ଲାକୁରିଚି, ମାୟିଲାଦୁଥୁରାଇ, ତାଞ୍ଜାଭୁର, ଥିରୁଭାରୁର ଓ ନାଗାପାଟ୍ଟିନମରେ ପ୍ରବଳ ବର୍ଷା ସହ ପବନ ବହିବ। ତେଣୁ ଏହି ସବୁ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ରେଡ ଆଲର୍ଟ ।
ବାତ୍ୟା ଆସୁଥିବାରୁ ତାମିଲନାଡୁରେ ୬ଟି ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି। ଏହି ଟିମ ଗୁଡିକ ଚେନ୍ନାଇ, ମାୟିଲାଦୁଥୁରାଇ, କୁଡାଲୋର, ତାଞ୍ଜାଭୁର, ଥିରୁଭାରୁର ଓ ନାଗାପାଟ୍ଟିନମରେ ରହିଛନ୍ତି।