ବାସ୍ତବ ବ୍ୟୁରୋ : ଚଳିତ ବର୍ଷ ପଞ୍ଚମ ଥର ପାଇଁ ପୁଣି ବଢ଼ିଲା ରେପୋରେଟ୍ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ଫଳରେ ମହଙ୍ଗା ହେବ ଋଣ। ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ। ଏହା ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବା ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ଯାହାଫଳରେ କାର୍, ହୋମ୍ ଓ ପର୍ସନାଲ ଲୋନ୍ ଆଜି ମହଙ୍ଗା ହେବ । ପୂର୍ବରୁ ରେପୋ ରେଟ୍ ୫.୯୦ ପ୍ରତିଶତ ରହିଥିଲା। ରେପୋ ରେଟ୍ ବୃଦ୍ଧି ଯୋଗୁ EMI ବଢିବ । ସେହିପରି ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ ଲୋନ୍ ମହଙ୍ଗା ହେବ । ଏମପିସି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି(ବୁଧବାର) ନୀତିଗତ ଦରବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।