ବାସ୍ତବ ବ୍ୟୁରୋ-କରେନା ଚିକିତ୍ସାରେ ସହାୟକ ହେଉଥିବା ହାଇଡ୍ରୋକ୍ଳୋରୋକୁଇନ ଟାବଲେଟ ଦେବାକୁ ବିଶ୍ୱର ୩୦ ଟି ଦେଶ ଭାରତକୁ ଅନୁରୋଧ କରିଥିଲେ । ତାହା ପୁଣି କୁଟନୈତିକ ଚ୍ୟାନେଲ ମାଧ୍ୟମ ରେ ନୁହେଁ ବରଂ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ,ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ଭଳି ବହୁ ଦେଶର ରାଷ୍ଟ୍ରମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଥିଲେ । ନିଜ ପାଇଁ ଆବଶ୍ୟକୀୟ ଷ୍ଟକ ରଖିବା ପରେ ଭାରତ ୨୫ ଟି ରାଷ୍ଟ୍ରକୁ ହାଇଡ୍ରୋକ୍ଳୋରୋକୁଇନ ଓ ପାରାସିଟାମଲ ଭଳି ଟାବଲେଟ୍ ଦେବାକୁ ରାଜି ହୋଇଛି ।ଏହି କ୍ରମରେ ଭୁଟାନ୍, ବାଙ୍ଗଲାଦେଶ, ଆଫଗାନିସ୍ତାନ, ନେପାଳ, ମ୍ୟାଁମାର, ସିଚେଲ୍ସ, ମରିସସ୍ ଓ କେତେକ ଆଫ୍ରିକୀୟ ଦେଶ ରହିଛି । ଏଥିପାଇଁ ଆବଶ୍ରକୀୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଯଦିଓ ହାଇଡ୍ରୋକ୍ଳୋରୋକୁଇନ ଓ ପାରାସିଟାମଲ କରେନାର ପ୍ରକୃତ ମେଡ଼ିସିନ ନୁହେଁ କିନ୍ତୁ କରେନା ଆକ୍ରାନ୍ତଙ୍କ ଉପଚାର ନିମନ୍ତେ ଏହା ବେଶ ଉପଯୋଗୀ ସାବ୍ୟସ୍ଥ ହେଉଛି । ହାଇଡ୍ରୋକ୍ଳୋରୋକୁଇନ ମେଲେରିଆ ପାଇଁ ସେବନ କରାଯାଉଥିବା ବେଳେ ପାରାସିଟାମଲ ଜରର ମେଡ଼ିସିନ ।


ପୂର୍ବରୁ ୧୦ ଟନ୍ ଔଷଧ ନେଇ ଏକ ଏୟାର ଇଣ୍ଡିଆ ବିମାନ ପ୍ରଥମେ ଶ୍ରୀଲଙ୍କାକୁ ଉଡାଣ କରିସାରିଛି। ଯେତେବେଳେ ପାରାସିଟାମଲ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧକୁ ସରକାର ବିଭିନ୍ନ ପଡୋଶୀ ରାଷ୍ଟ୍ରକୁ ପଠାଉଛି, ସେତେବେଳେ ସରକାର ସ୍ପଷ୍ଟ କରିଛନ୍ତି ଯେ କୋଭିଡ୍-୧୯ ଔଷଧକୁ ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍, ବ୍ରାଜିଲ, ବାହାରିନ୍, ଜର୍ମାନୀ ଓ ବ୍ରିଟେନ୍ ଆଦି ରାଷ୍ଟ୍ରକୁ ବାଣିଜ୍ୟିକ ଚୁକ୍ତି ବଳରେ ବିଭିନ୍ନ ଭାରତୀୟ ଫାର୍ମାସି କମ୍ପାନି ଜରିଆରେ ରପ୍ତାନୀ କରାଯାଉଛି। ବାଣିଜ୍ୟ ମନ୍ତ୍ରଣାଳୟକୁ ସେହି ଅନୁସାରେ ଅନୁଦେଶ ଜାରି ହୋଇଛି।




