ବାସ୍ତବ ବ୍ୟୁରୋ: ଆଜି (ରବିବାର) ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ମୋର୍ମୁଗାଓ । ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ।
ଭାରତ ମହାସାଗରରେ ଚୀନ୍ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ। ଆଧୁନିକ ଟେକ୍ନିକ୍ରେ ତିଆରି ସେନ୍ସର୍ ଓ ରାଡାର୍ ଯୁକ୍ତ ଏହି ଯୁଦ୍ଧ ଜାହଜକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରାଇଛନ୍ତି।
ଏହି ଶକ୍ତିଶାଳୀ ଯୁଦ୍ଧ ଜାହାର ଅନେକ ବୈଶିଷ୍ଟ୍ୟ ଅଛି। ଏହି ଗାଇଡେଡ୍ ମିସାଇଲ୍ ବିଧ୍ୱଂସକାରୀକୁ ଆଧୁନିକ ଯୁଦ୍ଧ ପାଇଁ ତିଆରି କରାଯାଇଛି। ଏହି ଯୁଦ୍ଧ ଜାହାଜ ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସବୁଠାରୁ ଦକ୍ଷ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ। ଏହାର ଲମ୍ବ ଲମ୍ବ ୧୬୩ ମିଟର ଓ ପ୍ରସ୍ତ ୧୭ ମିଟର। ଆଇଏନ୍ଏସ୍ ମୋର୍ମୁଗାଓର ଓଜନ ୭ ହଜାର ୪ଶହ ଟନ୍। ଏଥିରେ ୪ଟି ଶକ୍ତିଶାଳୀ ଗ୍ୟାସ୍ ଟର୍ବାଇନ୍ ରହିଛି। ଆଇଏନ୍ଏସ୍ ମୋର୍ମୁଗାଓର ସମୁଦ୍ରରେ ଘଣ୍ଟା ପ୍ରତି ୪୮ କିଲୋମିଟର୍ ବେଗରେ ଗେତି କରିପାରେ। ଏହା ଯୁଦ୍ଧରେ ଆଣବିକ, ଜୈବିକ, ରାସାୟନିକ ଆକ୍ରମଣ ଭଳି ସ୍ଥିତିକୁ ମୁକାବିଲା କରିପାରିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଯୁଦ୍ଧ ଜାହାଜ ବାହ୍ୟ ସ୍ତରକୁ ସ୍ୱତନ୍ତ୍ର ଷ୍ଟିଲ୍ରେ ନିର୍ମିତ କରାଯାଇଛି, ଯାହାଦ୍ୱାରା ଶତ୍ରୁ ପକ୍ଷର ରାଡାର ଏହାକୁ ଖୋଜି ପାରିବେ ନାହିଁ। ଏଥିରେ ଏକେ-୬୩୦ ଆଣ୍ଟି ମିସାଇଲ୍ ଗନ ସିଷ୍ଟମ ରହିଛି। ମୋର୍ମୁଗାଓରେ ଦୁଇଟି ଆର୍ବିଇୟୁ-୬୦୦୦ ଆଣ୍ଟି ସବ୍ମରିନ୍ ରକେଟ୍ ଲଞ୍ଚର ବି ଲାଗିଛି। ଅତ୍ୟଧିକ ଖରାପ ପାଗରେ ମଧ୍ୟ ନୌସେନା ହେଲିକପ୍ଟର ଏହା ଉପରେ ଅବତରଣ କରିବାକୁ ସକ୍ଷମ ହେବ।
ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ INS ମର୍ମୁଗାଓ ଭାରତୀୟ ସାମୁଦ୍ରିକ ସାମର୍ଥ୍ୟରେ ଉଲ୍ଲେଖନୀୟ ଅଭିବୃଦ୍ଧି କରିବ ଏବଂ ଏହା ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଅନ୍ୟତମ। INS ମର୍ମୁଗାଓରେ ଥିବା ସିଷ୍ଟମଗୁଡ଼ିକ କେବଳ ବର୍ତମାନର ନୁହେଁ ଭବିଷ୍ୟତର ଆବଶ୍ୟକତାକୁ ମଧ୍ୟ ପୂରଣ କରିବାରେ ସକ୍ଷମ ହେବ । ଏହା ମଧ୍ୟ ଆମର ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ଏକ ଉଦାହରଣ । ଭବିଷ୍ୟତରେ ଆମେ ବିଶ୍ୱ ପାଇଁ ଜାହାଜ ନିର୍ମାଣ କରିବୁ ବୋଲି ସେ କହିଛନ୍ତି।