ବାସ୍ତବ ବ୍ୟୁରୋ: ‘ଏମ୍ସ୍’ ହସ୍ପିଟାଲରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ତାଙ୍କୁ ‘ଏମ୍ସ୍’ର ଏକ ‘ପ୍ରାଇଭେଟ୍ ୱାର୍ଡ’ରେ ଭର୍ତ୍ତି କରାଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ ଅର୍ଥମନ୍ତ୍ରୀଙ୍କ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ନିଆଯାଇଛି। “କିଛି ଗମ୍ଭୀର ନୁହେଁ। ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଦିଆଯାଉଛି। ଖୁବଶୀଘ୍ର ଏମ୍ସ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବୟାନ ଜାରି କରିବେ ।
ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷୀକି ଅବସରରେ ସଦୈବ ଅଟଳ ସ୍ଥଳପରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।