ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନ୍‌…

ବାସ୍ତବ ବ୍ୟୁରୋ : ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନ୍ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩.୩୦ରେ ଅହମଦାବାଦର ୟୁଏନ୍‌ ମେହଟା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ଗତ ଜୁଲାଇ ମାସରେ ହିଁ ସେ ନିଜର ୧୦୦ ତମ ଜନ୍ମ ଦିନ ପାଳନ କରିଥିଲେ।

ମା’ଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେହିପରି ମା’ଙ୍କୁ ହରାଇ ସେ ଭାଙ୍ଗି ପଡ଼ିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ‘‘ଈଶ୍ୱରଙ୍କ ଚରଣରେ ଏକ ଗୌରବମୟ ଶତାବ୍ଦୀର ଅବସାନ ଘଟିଛି। ମା’ଠାରେ ମୁଁ ସବୁବେଳେ ଏହି ତ୍ରିମୂର୍ତ୍ତିକୁ ଅନୁଭବ କରିଛି। ଯେଉଁଠି ଏକ ତପସ୍ବୀର ଯାତ୍ରା, ନିଷ୍କାର୍ମ କର୍ମଯୋଗୀର ପ୍ରତୀକ ଏବଂ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ହୋଇଛି।’’

ଆଉ ଏକ ଟ୍ୱିଟରେ ମୋଦି କହିଛନ୍ତି, “ମୁଁ ଯେତେବେଳେ ତାଙ୍କୁ ୧୦୦ତମ ଜନ୍ମଦିନରେ ଭେଟିଥିଲି ସେତେବେଳେ ସେ ଗୋଟିଏ କଥା କହିଥିଲେ, ସେହି କଥା ମୋର ସବୁବେଳେ ମନେ ରହିବ। ସେ କହିଥିଲେ ଯେ ବୁଦ୍ଧିମତାର ହୋଇ କାମ କର ଓ ପବିତ୍ର ଜୀବନ ସହ ବଞ୍ଚି ରୁହ।”

ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ମୋଦି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗାନ୍ଧୀନଗର ଶ୍ମଶାନରେ ହୀରାବେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ: ମାଆଙ୍କୁ ଅନ୍ତିମ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ...

Fri Dec 30 , 2022
ଆଜି ପୂର୍ବାହ୍ନରେ ଗାନ୍ଧୀନଗରସ୍ଥିତ ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାଆଙ୍କ ଚିତାରେ ନିଆଁ ଦେବା ପରେ ଯୋଡ଼ହସ୍ତ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଶୋକାଭିଭୂତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ତାଙ୍କ ଭାଇ ସୋମାଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ୟାନ୍ୟ ଆତ୍ମୀୟସ୍ବଜନ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ମଶାନରେ ଉପସ୍ଥିତ ଥିଲେ। ଅହମଦାବାଦସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନା ଅବସ୍ଥାରେ ହୀରାବେନ୍‌ […]

You May Like

Pin It on Pinterest