ପରାକ୍ରମ ଦିବସରେ ପିଏମ ମୋଦୀ ୨୧ଟି ବୃହତ୍‌ ଅନାମିତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ନାମକରଣ କଲେ…

ବାସ୍ତବ ବ୍ୟୁରୋ: ଆଜି ପରାକ୍ରମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମବୀର ଚକ୍ର ସମ୍ମାନିତ ବୀର ଯବାନମାନଙ୍କ ନାମାନୁସାରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୨୧ଟି ନାମହୀନ ବଡ଼ ବଡ଼ ଦ୍ବୀପର ନାମକରଣ କରିଛନ୍ତି।

ଆଜି(ସୋମବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି- ଆଣ୍ଡାମାନ ମାଟି ରେ ପ୍ରଥମ କରି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ଏଠାରେ ସ୍ୱାଧୀନ ଭାରତର ପ୍ରଥମ ସରକାର ଗଠନ କରାଯାଇଥିଲା। ଆଜି ମଧ୍ୟ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଆମେ ଏହି ଦିନକୁ ପରାକ୍ରାମ ଦିବସ ଭାବରେ ପାଳନ କରୁଛୁ ।

ଏହି ଅବସରରେ ସେ ନେତାଜୀଙ୍କ ପ୍ରତି ଉତ୍ସର୍ଗ ଏକ ଜାତୀୟ ସ୍ମାରକୀ ମଡେଲ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ସ୍ମାରକୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପରେ ନିର୍ମାଣ କରାଯିବ। ପୂର୍ବରୁ ଏହି ଦ୍ବୀପର ନାଆଁ ଥିଲା ରସ୍‌ ଆଇଲାଣ୍ଡ୍।

ପ୍ରଧାନମନ୍ତ୍ରୀ କହିଲେ ଯେ,ଯେତେବେଳେ ମୁଁ ୪-୫ ବର୍ଷ ପୂର୍ବେ ଏଠାକୁ ଆସିଥିଲି, ସେତେବେଳେ ମୁଁ ୩ଟି ମୁଖ୍ୟ ଦ୍ୱୀପକୁ ଭାରତୀୟ ନାମ ଦେଇଥିଲି | ଆଜି ୨୧ ଟି ଦ୍ୱୀପପୁଞ୍ଜର ନାମ ପରିବର୍ତ୍ତନ କରାଯାଇଛି। ଏଥିରେ ଅନେକ ବାର୍ତ୍ତା ଲୁଚି ରହିଛି। ସବୁଠାରୁ ବଡ ବାର୍ତ୍ତା ହେଉଛି ‘ଏକ ଭାରତ, ଶ୍ରେଷ୍ଠ ଭାରତ’।

ଆଣ୍ଡାମାନ ଓ ନି‌କୋବର ଦ୍ବୀପରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ସେ କହିଲେ ଯେ, ପରମବୀର ଚକ୍ର ସମ୍ମାନପ୍ରାପ୍ତଙ୍କ ନାମାନୁସାରେ ଦ୍ବୀପଗୁଡ଼ିକର ନାମାକରଣ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଫଳରେ ସେମାନେ ଚିରସ୍ମରଣୀୟ ହୋଇ ରହିବେ।

ଉଲ୍ଲେଖଯୋଗ୍ୟ, ୨୧ଟି ଅନାମିତ ଦ୍ବୀପ ମଧ୍ୟରୁ ସବୁଠୁ ବଡ଼ ଦ୍ବୀପକୁ ପ୍ରଥମ ପରମବୀର ଚକ୍ରପ୍ରାପ୍ତ ମେଜର୍‌ ସୋମନାଥ ଶର୍ମାଙ୍କ ନାମାନୁସାରେ ନାମିତ କରାଯାଇଛି। ଶ୍ରୀନଗର ବିମାନ ବନ୍ଦରରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ମୁକାବିଲା କରିବା ବେଳେ ୧୯୪୭ ନଭେମ୍ବର ୩ ତାରିଖରେ ସେ ସହିଦ ହୋଇଯାଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିଲ୍ଲୀ-ଏନସିଆର ସମେତ ୫ ଟି ରାଜ୍ୟରେ ବଡ଼ଧରଣର ଭୂକମ୍ପ ଝଟକା

Tue Jan 24 , 2023
ବାସ୍ତବ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ସମେତ ୫ ଟି ରାଜ୍ୟରେ ଆଜି ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅପରାହ୍ଣ ୨.୩୦ରେ ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳର ଲୋକମାନେ ୩୦ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଦିଲ୍ଲୀ-ଏନସିଆର ବ୍ୟତୀତ ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନର କେତେକ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ ମଧ୍ୟ ଅନୁଭୂତ ହୋଇଛି। ଝଟକା ଅନୁଭବ ହେବାରୁ ଲୋକମାନେ […]

You May Like

Pin It on Pinterest